ଡିୟର ଜିନ୍ଦେଗୀ ଚାପ୍ଟର-୨

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କାଞ୍ଚନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଡିୟର ଜିନ୍ଦେଗୀ ଚାପ୍ଟର-୨ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲୀ, ଏସ୍‌ଆରଏଫ୍‌ଟିଆଇ କଲିକତାର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ, ଆଡ଼ଭୋକେଟ ବିଭୂ ପ୍ରସାଦ ତ୍ରିପାଠୀ, ଏସ୍‌ସିବି ଲଳିତେନ୍ଦୁ ମହାନ୍ତି, ମୁଖ୍ୟ ଉପଦେଷ୍ଟା ସୁଚିସ୍ମିତା ପୃଷ୍ଟି, ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଷ୍ଟାଲିନ ପରିଜା, ପୂର୍ବତନ ଆୟୁକ୍ତ କମିଶନର ଶରତ ଦାସ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ହରିଶଚନ୍ଦ୍ର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୧୫ଜଣ ବିଶିଷ୍ଟ ପ୍ରତିଭାଧାରୀ ବ୍ୟକ୍ତି ସେମାନଙ୍କ ଜୀବନର ସଂଘର୍ଷମୟ କାହାଣୀ ବର୍ଣ୍ଣନା କରିଥିଲେ । ଏହା ସହିତ ସମାଜର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସେମାନଙ୍କ ମତାମତ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ ଏବଂ ଆଇଡ଼ଲ ଓଡ଼ିଶା ପରିଚାଳନା କରିଥିଲେ । କାଞ୍ଚନ ଫାଉଣ୍ଡେସନର ସମ୍ପାଦକ ତାପସ ରଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ସମୀର ରଞ୍ଜନ ଦାସ, ସଭାପତି ତଥା ସମାଜସେବୀ ରଞ୍ଜନ କୁମାର ମହାପାତ୍ର, ଆଇଡ଼ଲ ଓଡ଼ିଶାର ସହ ପ୍ରତିଷ୍ଠାତା ପ୍ରେରଣା ପ୍ରତୀକ୍ଷା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ