ପ୍ରେମ ଆନନ୍ଦଙ୍କ “ଖୁଦା ରାଜି’ ଗୀତ

ଓଡ଼ିଶାର ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ଓଡ଼ିଆ ଗୀତ ତ ଆପଣ ଶୁଣନ୍ତି । ମାତ୍ର ଏବେ ତାଙ୍କର ଏକ ନୂଆ ହିନ୍ଦୀ ଗୀତ ଶୁଣିବାକୁ ପାଇବେ । ପୂର୍ବରୁ ମରାଠୀ ସିନେମା “ସର୍ଟକର୍ଟ’, ହିନ୍ଦୀ ସିନେମା “ପ୍ଲାନ ବି’ ସହିତ ଓଡ଼ିଶାରେ ୬୦ରୁ ଊର୍ଦ୍ଧ ସିନେମାରେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ପ୍ରେମ ଆନନ୍ଦ ଏବେ ନୂଆ ହିନ୍ଦୀ ସିନେମା “ଲଭ ୟୁ ଟର୍ଣ୍ଣ’ରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ଦୁଇଟି ରୋମାଣ୍ଟିକ ଗୀତର ସେ ସ୍ୱର ସଂଯୋଜନା କରିଥିବା ବେଳେ ଗତକାଲି ସନ୍ଧ୍ୟାରେ ପ୍ରଥମ ଗୀତ “ଖୁଦା ରାଜି’ ମୁକ୍ତିଲାଭ କରିଛି । ଜୁବିନ୍ ନେଉଟୱାଲ ଗାଇଥିବା ଏହି ଗୀତଟି ଗତକାଲି ସନ୍ଧ୍ୟା ପରଠାରୁ ୟୁଟ୍ୟୁବରେ ୧ ମିଲିୟନରୁ ଊର୍ଦ୍ଧ୍ୱ ଶ୍ରୋତା ଦେଖି ସାରିଥିବା ବେଳେ ଏହି ଗୀତଟି ଶ୍ରେତାମାନଙ୍କୁ ବେଶ୍ ଛୁଉଁଛି । ଏ ସଂପର୍କରେ ପ୍ରେମ ଆନନ୍ଦ କହନ୍ତି, “ଖୁଦା ରାଜି ‘ ଗୀତଟି ରେକର୍ଡିଂ ସମୟରେ ଜୁବିନ୍ ଯେମିତି ଗାଇଥିଲେ, ଲାଗୁଥିଲା ଗୀତଟି ଶ୍ରୋତାମାନଙ୍କୁ ଛୁଇଁବ । ଏହି ଗୀତ ମୁକ୍ତିଲାଭ କରିବା ପରେ ଆଜି ଏହାକୁ ମିଲିୟନରୁ ଅଧିକ ଶ୍ରୋତା ଦେଖିବା ଏହାର ପ୍ରମାଣ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ