ରିଲିଜ୍ ପୂର୍ବରୁ ବିବାଦରେ ଫିଲ୍ମ “ତାନାଜୀ’

ବଲିଉଡ୍ ଅଭିନେତା ଅଜୟ ଦେବଗନ୍‌ଙ୍କ ଫିଲ୍ମ “ତାନାଜୀ: ଦ ଅନସଙ୍ଗ ୱାରିୟର୍‌’ର ଟ୍ରେଲର୍ ରିଲିଜ୍ ହୋଇଯାଇଛି । ଏହାକୁ ଦର୍ଶକଙ୍କ ଭଲ ରେସପନ୍ସ ମଧ୍ୟ ମିଳୁଛି । କିନ୍ତୁ ଟ୍ରେଲର୍ ରିଲିଜ ହେବା ମାତ୍ରେ ହିଁ ଏହା ବିବାଦ ଘେରକୁ ଚାଲିଆସିଛି । ମରାଠି ସଂସ୍ଥା “ଶାମ୍ଭାଜି ବ୍ରିଗେଡ୍‌’ ଫିଲ୍ମ “ତାନାଜୀ’ ଉପରେ ଇତିହାସ ସହ ଖେଳିଥିବାର ଅଭିଯୋଗ କରିଛି । ସଂସ୍ଥା ଫିଲ୍ମର କିଛି ଦୃଶ୍ୟ ଉପରେ ନିର୍ଦ୍ଦେଶକଙ୍କଠୁ ସ୍ପଷ୍ଟିକରଣ ମାଗିଛି । ବିଶେଷ କରି ସଂସ୍ଥା ୩ଟି ପ୍ରଶ୍ନ ଉଠାଇଛି । ଫିଲ୍ମରେ ତାନାଜୀ ମାଲୁସରେଙ୍କ ପତ୍ନୀଙ୍କ ଭୂମିକାରେ ଅଭିନୟ କରୁଥିବା କାଜୋଲଙ୍କ କିଛି ଡାଇଲଗ ଉପରେ ସ୍ପଷ୍ଟିକରଣ ମାଗିଛି । ଏହାବ୍ୟତୀତ ଫିଲ୍ମରେ ଶିବାଜୀଙ୍କ ଉପରକୁ କାଠ ବାଡ଼ି ଫୋପାଡ଼ିବା ଦୃଶ୍ୟ ଉପରେ ମଧ୍ୟ ପ୍ରଶ୍ନ କରିଛି । ଏଥିସହ ସାମ୍ଭାଜି ବ୍ରିଗେଡ୍ ଅଭିଯୋଗ କରିଛି ଯେ ଶୀବାଜୀଙ୍କ ପତାକାରେ “ଓମ୍‌’ ଚିହ୍ନ ରଖାଯାଇଥିବାରୁ ଏହା ତାଙ୍କର ଧର୍ମନିରପେକ୍ଷ ଛବିକୁ ମଳିନ କରୁଛି । ସଂସ୍ଥାର କହିବା ଅନୁଯାୟୀ ଫିଲ୍ମ ଐତିହାସିକ ଘଟଣା ଉପରେ ତିଆରି ହେବା ଉଚିତ୍ । ହେଲେ ଇତିହାସକୁ ଯଦି ବଦଳାଯିବାକୁ ଚେଷ୍ଟା କରାଯାଏ ତେବେ ଏହା ବରଦାସ୍ତ କରାଯିବ ନାହିଁ । ସୂଚନାଯାଗ୍ୟ, ଫିଲ୍ମରେ ଅଜୟ “ତାନାଜୀ ମାଲୁସରେ’ଙ୍କ ଭୂମିକାରେ ଅଭିନୟ କରିଥିବାବେଳେ କାଜୋଲ୍ ତାଙ୍କ ପତ୍ନୀ ସାବିତ୍ରୀବାଈ ମାଲୁସରେଙ୍କ ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କ ବ୍ୟତୀତ ଛାଟେ ନୱାବ୍ ସୈଫ୍ ଏହି ଫିଲ୍ମରେ ନେଗେଟିଭ୍ ରୋଲରେ ଅଭିନୟ କରିଛନ୍ତି । ଫିଲ୍ମଟି ୧୭ଶ ଶତାବ୍ଦୀର ମରାଠା ସାମ୍ରାଜ୍ୟର ମହାନ ଯୋଦ୍ଧା ତାନାଜୀ ମାଲୁସରେଙ୍କ ଉପରେ ତିଆରି ହାଇଛି । ଏହି ଯାଦ୍ଧାଙ୍କ ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି । ତାନାଜୀ ଛତ୍ରପତି ଶିବାଜୀ ମହାରାଜଙ୍କ ସୈନ୍ୟବାହିନୀରେ ଥିଲେ । ସେ ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଅନେକ ଯୁଦ୍ଧରେ ସାମିଲ୍ ହୋଇଛନ୍ତି । ୧୬୭୦ ମସିହାରେ ହୋଇଥିବା ସିହ୍ନାଗଡ଼ ଯୁଦ୍ଧ ପାଇଁ ତାଙ୍କୁ ସ୍ମରଣ କରାଯାଏ । ଏହି ଫିଲ୍ମଟିକୁ ଅଜୟ ଦେବଗନ୍ ଓ ଟି-ସିରିଜ୍ ମିଶି ପ୍ରଯୋଜନା କରୁଥିବା ବେଳେ ଓମ୍ ରାୱତ୍ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୧୦ରେ ରିଲିଜ୍ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ