ଜିଲ୍ଲା ଜୋଜନାବୋର୍ଡ ସଦସ୍ୟା ପାଇଁ ନାମାଙ୍କନ ଭରିଲେ ସୁକାନ୍ତୀ ଜେନା
ହାଟଡିହି, (ବିକାଶ ବିଶ୍ୱାଳ ) : ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟା ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ୩୫ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟା ସୁକାନ୍ତୀ ଜେନା । ଜିଲ୍ଲା ଜୋଜନାବୋର୍ଡର ଅଧ୍ୟକ୍ଷ ତଥା ବିଧାୟକ ଜଗନ୍ନାଥ ନାୟକ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ୨୧ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟ ପ୍ରଫୁଲ ନାୟକଙ୍କ ଉପସ୍ଥିତିରେ ସୁକାନ୍ତୀ ଜେନା ନାମାଙ୍କନପତ୍ର ଦାଖଲ କରିଛନ୍ତି । ମୋଟ ୧୪ଜଣ ସଦସ୍ୟ ଜିଲ୍ଲା ଯୋଜନା ବୋର୍ଡକୁ ନିର୍ବାଚିତ ହେବାକୁ ଥିବାବେଳେ ଆସନ୍ତା ୨୫ତାରିଖ ଦିନ ଏଥିପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।