ଜଗନ୍ନାଥ ଧାମରେ ହେବ ମହା ଟକ୍କର

ଚଳିତ ବର୍ଷ ସାଧାରଣ ନିର୍ବାଚନରେ କାଣ୍ଟେକେ ଟକ୍କର ଦେଖିବାକୁ ମିଳିବ ପୁରୀ ଲୋକସଭା ସଂସଦୀୟ କ୍ଷେତ୍ରରେ ।ଆଜି ୭ ଲୋକସଭା ଆସନ ଲାଗି କଂଗ୍ରେସ ପାର୍ଥୀ ତାଲିକା ଘୋଷଣା କରିବା ପରେ ଏବେ ଏଠି ତ୍ରିମୁଖ ଲଢେଇ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ପୁରୀ ପାଇଁ ବିଜେପିର ରଷ୍ଟ୍ରିୟ ପ୍ରବକ୍ତା ସମ୍ବିତ ପାତ୍ର ପାର୍ଥୀ ହୋଇଥିବା ବେଳେ ପୁଣି ଥରେ ବିଜେଡି ଭରସା କରିଛି ପିନାକୀ ମିଶ୍ରଙ୍କ ଉପରେ । ସାମ୍ବାଦିକତାରୁ ରାଜନ୍ତା ବନିଥିବା ସତ୍ୟ ପ୍ରକାଶ ନାୟକଙ୍କୁ ପାର୍ଥୀ କରିଛି ଜାତୀୟ କଂଗ୍ରେସ । ବିଜେପି ପାର୍ଥୀ ସମ୍ବିତ ପାତ୍ର ଢେର ଆଗରୁ ନିର୍ବାଚନୀ ପ୍ରଚାର କରିଦେଇଥିବାବେଳେ ବିଜେଡିର ପିନାକୀ ମିଶ୍ରଙ୍କୁ କଡା ଟକ୍କର ଦେବେ ବୋଲି ଅନୁମାନ କରାଯାଉଥିବା ବେଳେ ଏବେ
ଏହି ଚର୍ଚ୍ଚାରେ ସାମିଲ ହୋଇଛନ୍ତି କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ସତ୍ୟ ପ୍ରକାଶ ନୀୟକ । ପୁରୀ ଲୋକସଭା ଆସନରେ ଦୀର୍ଘ ବର୍ଷ ଧରି ଏହା ଅଣ କଂଗ୍ରେସର ଗଡ ଭାବରେ ପରିଚିତ । ଲଗାତାର ଭାବେ ପିନାକୀ ମିଶ୍ର ଏହି ଆସନରୁ ନିର୍ବାଚନ ଜିତିଆସୁଥିଲେ । ବିଜେଡି ପ୍ରତିଷ୍ଠା ହେବାଠାରୁ ଏହି ଆସନ ସୁରକ୍ଷିତ ଥିଲା । ୧୯୯୮ ରୁ ୨୦୦୪ ପର୍ଯନ୍ତ ବ୍ରଜକିଶୋର ତ୍ରୀପାଠୀ ଲଗାତାର ବିଜେଡି ଟିକେଟରୁ ପାର୍ଥୀ ହୋଇ ଜିତି ଆସୁଥିଲେ , ଆଉ ତା ପରେ ପିନାକୀ ମିଶ୍ର ୨୦୦୯ରୁ ୨୦୧୪ ପର୍ପନ୍ତ ବିଜେଡି ଟିକେଟରୁ ଜିତି ଆସୁଛନ୍ତି । ଜଗନ୍ନାଥ କ୍ଷେତ୍ରରେ ବିଜୟଧାରାକୁ ରୋକିବା ପାଇଁ ବିଜେପିରୁ ମଇଦାନକୁ ଓହ୍ମାଇଛନ୍ତି କୁହାଳିଆ ପାର୍ଥୀ ସମ୍ବିଦ ପାତ୍ର । ପୁରୀ ଲୋକସଭା ଆସନ ପାଇଁ ସମ୍ବିତ ସମ୍ପୁଣ୍ଣ ନୁଆ ମିଖ । ପ୍ରଥମ ଥର ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ସମ୍ବିତ ୨୦୧୯ରେ ପୁରୀରୁ ନିଜର ଭାଗ୍ୟ ପରୀକ୍ଷା କରିବେ । ଆଜି ଏଠାରୁ କଂଗ୍ରେସ ସତ୍ୟପ୍ରକାଶ ନାୟକଙ୍କୁ ପାର୍ଥୀ କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଚେଷ୍ଟା କରିବ । ପୁରୀବାସୀଙ୍କ ସହ ସତ୍ୟ ସିଧାସଳଖ ଜଡିତ ନଥିଲେ ମଧ୍ୟ ସାମ୍ବାଦିକତା ସମୟରେ ବିଭିନ୍ନ ମୁଦ୍ଦା ନେଇ ପରୋକ୍ଷ ଭାବରେ ପୁରୀବାସୀଙ୍କ ସହ ଜଡିତ ଥିଲେ । ଏବେ ଦେଖିବାକୁ ବାକି ରହିଲା ଜନତା ଜନାର୍ଦ୍ଦନ କାହାକୁ ଜଗନ୍ନାମ କ୍ଷେତ୍ରରୁ କାହାକୁ ନିର୍ବାଚିତ କରି ଦିଲ୍ଲୀ ପଠାଉ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ