ଆଇନ ଅମାନ୍ୟ ଆନ୍ଦୋଳନ
ଛତ୍ରପୁର, (ଦେବଦତ୍ତ ମହାରଣା):ଓଡିଶା କୃଷକ ସଭା, ଅଖିଳ ଭାରତ କ୍ଷେତ ମଜୁଦୂର ୟୁନିୟନ ଓ ସି. ଆଇ. ଟି. ୟୁ ପକ୍ଷରୁ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନିତୀ ବିରୁଦ୍ଧରେ ଆନ୍ଦୋଳନ କୁ ଓଲ୍ଲାଇଛନ୍ତି l ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ ବାତିଲ କରିବା, ଚାଷୀର ସମସ୍ତ ଫସଲ ର ସର୍ବ ନିମ୍ନ ସହାୟକ ମୁଲ୍ୟ ଦେବା ପାଇଁ ଆଇନ ଗତ ବ୍ୟବସ୍ଥା କରିବା , ମନରେଗା ଯୋଜନା ରେ ବାର୍ଷିକ ଦୁଇଶହ ଦିନ କାମ ଓ ଦୈନିକ ୭ଶହ ଟଙ୍କା ମଜୁରୀ, କର୍ପୋରେଟର ଙ୍କୁ ଦେଶ ସମ୍ପତ୍ତି ବିକ୍ରି କରିବା ବନ୍ଦ କରାଯାଉ , ସମସ୍ତ ପରିବାର କୁ ପାଇପ ଯୋଗେ ପିଇବା ପାଣି ଯୋଗାଣ କରିବା, ସାର କଳା ବଜାର ବନ୍ଦ କରିବା , ଚାଷୀ ଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଣ କରିବା, ଗତ ବର୍ଷ ଫସଲ ବୀମା କ୍ଷତି ପୂରଣ ପ୍ରଦାନ କରିବା , ବାସହୀନକୁ ଘର ଢିହ ପଟ୍ଟା ଦେବା ସହିତ ଗ୍ରାମକଣ୍ଟକ ଜମିରେ ଘର କରି ରହିଥିବା ବଳକା ଜମିର ବ୍ୟାଞ୍ଚ ମାର୍କ ମୁଲ୍ୟର ୩୦ପ୍ରତିଶତ ଅର୍ଥ ପ୍ରଦାନ କରିବା ପ୍ରତିବାଦରେ ଆଜି ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇନ ଆନ୍ଦୋଳନ କରାଯାଇଛି । ଏଥିରେ ବରିଷ୍ଠ କୃଷକ ନେତା ତଥା ଓଡିଶା କୃଷକ ସଭାର ଉପସଭାପତି ଜଗନ୍ନାଥ ମିଶ୍ର , ଓଡିଶା କୃଷକ ସଭାର ଜିଲ୍ଲା ସମ୍ପାଦକ ତଥା ରାଜ୍ୟ ଉପସଭାପତି ପି. ହରିକୃଷ୍ଣ ରେଡ୍ଡୀ , କୃଷକ ସଭାର ବୈରାଗୀ ବେହେରା, ସରପଞ୍ଚ ଖଲି ସ୍ୱାଇଁ, ଖଲି ତରାଇ, ତ୍ରିନାଥ ବେହେରା, ରାମଚନ୍ଦ୍ର ଗୈାଡ, ସୈାରୀ ସ୍ୱାଇଁ, ଦୁର୍ଯ୍ୟୋଧନ ସ୍ୱାଇଁ, ସନ୍ତୋଷ ଗୈାପ ଙ୍କ ବହୁ କୃଷକ ବର୍ଷାରେ ଓଦା ହୋଇ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।


