ଦାଦନ ଖଟିବାକୁ ଯାଇ ଜଣେ ନିଖୋଜ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ରୋଜଗାର ନ ମିଳିବାରୁ ଅନେକ ଲୋକ ଦାଦନ ମୁହାଁ ହେଉଛନ୍ତି, ଆଉ ଫେରିବା ସମୟରେ କେହି କେହି ଶବ ହେଇ ଫେରୁଛି ତ ଆଉ କିଏ ମାଲିକଙ୍କ ଠାରୁ ଅକଥନୀୟ ନିର୍ଯାତନାର ଶିକାର ହୋଇ ଖଟୁଥିବା ବେଳେ ଆଉ କେହି କେହି ନିଖୋଜ ମଧ୍ୟ ହେଉଛନ୍ତି । ଆଉ ଏହିଭଳି ଏକ ଦୁଃଖଦ ଖବର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ, ମୁଣ୍ଡିଗଡ ଗ୍ରାମପଞ୍ଚାୟତର କାଣ୍ଡାମୀ ଗ୍ରାମରେ । ଗ୍ରାମର କିଲନ ନାୟକ (୪୬) ନିଜ ଅଞ୍ଚଳରେ କୌଣସି ରୋଜଗାର ନ ମିଳିବାରୁ ଚଳିତ ବର୍ଷ ଜୁଲାଇ ୨୨ ତାରିଖ ଦିନ ଦାଦନ ଖଟିବାକୁ ରାଜକୋଟ ଅଭିମୁଖେ ବାହାରି ୨୪ ତାରିଖ ଦିନ ସେଠାରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ପାନରାଜକୋଟର ଥୋରୋଡ଼ା, ଶାନ୍ତିକାବୀର ରୋଡ଼ ପଟେ ବୁଲାବୁଲି କରିବାକୁ ଯାଇ କେଉଁଆଡେ ନିଖୋଜ ହେଇ ଯାଇଛନ୍ତି । ସେହି ସହରରେ ପୂର୍ବରୁ କାମ କରିଆସୁଥିବା ତାଙ୍କ ଗ୍ରାମର କିଛି ଲୋକଙ୍କୁ କିଲନ ନାୟକଙ୍କ ପୁଅ ଜିତୁ ନାୟକ ଫେରିବା ସମୟ ବିଳମ୍ବ ହେତୁ ବହୁ ସମୟ ଧରି ପାଖାପାଖି ଅଞ୍ଚଳରେ ଖୋଜା ଖୋଜି କରି ନ ପାଇବାରୁ ନିକଟସ୍ଥ ଥାନାରେ ଏକ ନିଖୋଜ ମାମଲା ଦାଏର କରିଛନ୍ତି। ଅନ୍ୟପଟେ କିଲନ ନାୟକଙ୍କ ସ୍ତ୍ରୀ, ସ୍ୱାମୀର ନିଖୋଜ ଖବର ଶୁଣିବା ପରେ କିଛି ସମୟ ନିମନ୍ତେ ଭାରସାମ୍ୟ ହରେଇ ସ୍ତବ୍ଧ ହେଇଯାଇଥିଲେ। କିଲନ ନାୟକଙ୍କ ସ୍ତ୍ରୀ ଏବଂ ତାଙ୍କ ପୁଅ ଜିତୁ ନାୟକ ଗତକାଲି କିଲନ ନାୟକଙ୍କ ନିଖୋଜ ମାମଲା ଦାଏର କରିବା ନିମନ୍ତେ ତୁମୁଡ଼ିବନ୍ଧ ଥାନାର ଦ୍ୱାରସ୍ତ ହେଇ ଥିଲେ ସୁଦ୍ଧା ତୁମୁଡ଼ିବନ୍ଧ ଥାନା ଅଧିକାରୀ କୌଣସି ସହଯୋଗ କରିନଥିବା କହିଛନ୍ତି । କିଲନ ନାୟକ ନିଖୋଜର ଆଜକୁ ୧୫ ଦିନ ପରେ ମଧ୍ୟ କୌଣସି ସନ୍ଧାନ ନ ମିଳିବାରୁ ପରିବାର ଲୋକ ବ୍ୟସ୍ତ ବିବ୍ରତ ହେଇପଡ଼ିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ