ବିଦ୍ୟାଳୟରେ ପୋଷାକ ବିତରଣ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବୁଡ୍ରୁୁୁକିଆ ପଂଚାୟତର ସରକାରୀ ଉପ୍ରା ବିଦ୍ୟାଳୟ ବିରାଗୁଡା ଠାରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବିତରଣ ଉତ୍ସବ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସସ୍ମିତା ପଣ୍ଡାଙ୍କ ତତ୍ୱାବଧାନତାରେ ହୋଇଥିବା ବେଳେ ଅତିଥି ଭାବେ ସିଆରସିସି ବନବିହାରୀ ଦିଗାଳ ଯୋଗଦେଇଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଦୁଇହଳ ପୋଷାକ ଓ ହଳେ ବୁଟ,ସକ୍ସ ଦିଆଯାଇଛି ।ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଶିକ୍ଷକଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।


