ଏସଆରବି ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ

ବାଲେଶ୍ୱର, (ସରୋଜ ପଣ୍ଡା) : ଏସଆରବି ସ୍ୱସ୍ତିକ ପୋଭାର୍ଟି ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ବାହାନଗା ବ୍ଲକର ସାଉଡ଼ ପଞ୍ଚାୟତରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ସାଉଡ଼ୁ ଶିବ ପ୍ରସାଦ ଜଗନ୍ନାଥ ତ୍ରିଲୋଚନ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଜଣା ଲାଲ ମୋହନ ହାଇସ୍କୁଲ ଓ ଥାଲଛଡ଼ା ଦାମୋଦର ହାଇସ୍କୁଲ ପରିସରରେ ବୃକ୍ଷଚାରା ରୋପଣ ଆୟୋଜିତ ହୋଇଥିଲା । ବାଲେଶ୍ୱର ଉପ-ଜିଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ପରିବେଷ ପ୍ରଦୂଷଣ ବୃଦ୍ଧି ପାଇ ଚାଲିଥିବା ବେଳେ ସ୍ୱସ୍ତିକ ଫାଉଣ୍ଡେସନର ଏହି ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ସେ କହିଥିଲେ । ବାହାନଗା ତହସିଲଦାର ରାଜେନ୍ଦ୍ର ନାରାୟଣ କର ଏଥିରେ ଉପସ୍ଥିତ ରହି ଫାଉଣ୍ଡେସନର କାର୍ଯ୍ୟକର୍ତ୍ତାଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଥିଲେ । ଏସଆରବି ଫାଉଣ୍ଡେସନର ମୁଖ୍ୟ ସଂଯୁକ୍ତାରାଣୀ ବେହେରା ଅନୁଷ୍ଠାନର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେବା ସହିତ ଆଗାମୀ ଦିନରେ ଏହିଭଳି ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଥିଲେ । ୩ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ କରିଥିଲେ । ବିଜୟ ବାରିକ, ସୁଶାନ୍ତ ପରିଡ଼ା, ସବିତା ମହାନ୍ତି, ଜ୍ୟୋତିପ୍ରକାଶ ସେଠୀ ପ୍ରମୁଖ ସଂଗଠନର କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ