ଡିଏଭି ପବ୍ଲିକ ସ୍କୁଲରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ କୁନି କୁନି ଛାତ୍ରଛାତ୍ରୀମାନେ ନିଜେ ପ୍ରସ୍ତୁତ କରିଥିବା ରାକ୍ଷୀକୁ ତାଙ୍କ ସହପାଠୀଙ୍କ ହାତରେ ବାନ୍ଧିଥିଲେ । ପରମ୍ପରା ଅନୁଯାୟୀ ଧୂପ, ଦୀପରେ ବନ୍ଦାପନା କରିବା ସହ ମୁଣ୍ଡରେ ଚନ୍ଦନର ତିଲକ ଲଗାଇଦେଇ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥିଲେ । ଆଧୁନିକ ସମାଜରେ ପାରମ୍ପରିକ ପ୍ରଥା ପ୍ରତି ବିଦ୍ୱେଶ ଭାବ ଜାଗ୍ରତ ହେଉଥିବା ବେଳେ ପିଲାମାନଙ୍କ ମଧ୍ୟରେ ପରମ୍ପରାକୁ ନେଇ ବିଶେଷ ଆଗ୍ରହ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ରିନୁ ମହାନ୍ତି, ସୋନାଲି ରାଉତ, ସୋନି ବେହେରା, ସୁଭଦ୍ରା ନାୟକ, ପ୍ରଭାସିନି ମହାନ୍ତି, ଚିନ୍ମୟୀ ଦାଶ, ଶୁଭଶ୍ରୀ ସୁତାର ପ୍ରମୁଖ ପରିଚାଳନା କରିଥିବା ସ୍କୁଲ ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ