ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ଭାଗନେବେ ଛତ୍ରପୁରର ୨ ଛାତ୍ର

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଆସନ୍ତା ୨୨ରୁ ୨୪ତାରିଖ ପର୍ଯ୍ୟନ୍ତ ବିଶାଖପାଟଣା ଠାରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତୀୟ ୱାଡାକାଇ କରାଟେ ପ୍ରତିଯୋଗିତାରେ ଗଂଜାମ ଜିଲ୍ଲା ଛତ୍ରପୁର ୨ଜଣ ଛାତ୍ର ତନ୍ମୟ ସାହୁ ଓ ସତ୍ୟମ ଦେବ ଅଂଶ ଗ୍ରହଣ କରିବେ । ମଉଣ୍ଟ ଲିଟେରା ଜୀ ସ୍କୁଲର ୭ମ ଓ ନବମ ଶ୍ରେଣୀର ଏହି ଦୁଇ ଛାତ୍ର ବ୍ରହ୍ମପୁର ସ୍ଥିତ କଳିଙ୍ଗ ଫାଇଟ୍ ସ୍କୁଲ ରେ କରାଟେ ଗୁରୁ ସିଫୁ ଏନ.ବାଳକୃଷ୍ଣଙ୍କ ଠାରୁ ଦୀର୍ଘ ବର୍ଷ ଧରି ପ୍ରଶିକ୍ଷୀଣ ନେବା ପରେ ବିଭିନ୍ନ ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ତନ୍ମୟ ଓ ସତ୍ୟମ ଙ୍କ ସମେତ ଓଡିଶାରୁ ଅନ୍ୟ ୩ଜଣ ଛାତ୍ର ଶୁକ୍ରବାର ଟ୍ରେନ ଯୋଗେ ବିଶାଖପାଟଣା ଯାତ୍ରା କରିଛନ୍ତି । ଛତ୍ରପୁରର ଏହି ଦୁଇ ଓଡିଆ ଛାତ୍ର ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବାରୁ ସେମାନଙ୍କୁ ଶୁଭେଚ୍ଛା ସହ ପ୍ରଶଂସାର ସୁଅ ଛୁଟିଛି । ଉକ୍ତ ପ୍ରତିଯୋଗିତାରେ ସଫଳତା ହାସଲ କରିବାକୁ ପିତା , ମାତା ,ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଂଚଳବାସୀ ଦୃଢ ଆଶା ପୋଷଣ କରିଛନ୍ତି । ସୂଚନା ଯୋଗ୍ୟ ତନ୍ମୟ ସାହୁ ସମଗ୍ରଶିକ୍ଷା ଅଭିଯାନ ଦିବ୍ୟାଙ୍ଗ ଜିଲ୍ଲା ସଂଯୋଜକ ତପନ ସାହୁ ଓ କରାତଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟତ୍ରୀ ମିନତୀ ସାହୁଙ୍କ ପୁଅ ଅଟନ୍ତି । ସତ୍ୟମ ଶିକ୍ଷକ ସୁବାସ ବେହେରା ଓ ଶିକ୍ଷୟତ୍ରୀ ସୁଦେଷ୍ଟା ବେହେରାଙ୍କ ପୁଅ ଅଟନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ