ରାଜ୍ୟର ଗୃହରକ୍ଷୀ କର୍ମଚାରୀ ମାନଙ୍କ ପ୍ରତି ରାଜ୍ୟ ସରକାର୍ ଙ୍କର ଅଣଦେଖା କାହିଁକି ?

ଫୁଲବାଣୀ, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗୃହରକ୍ଷୀ ମାନଙ୍କ ପ୍ରତି ମନମୁଖୀ ଭତ୍ତା ବୃଦ୍ଧିକୁନେଇଁ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ତରଫରୁ ନିନ୍ଦା ଓ ଦୁଖଃ ପ୍ରକାଶ କରାଯାଇଛି । ରାଜ୍ୟ ସରକାର୍ ଙ୍କର ଏଭଳି ମନମୂଖୀ ସାସନ ଏବଂ ପୋଲିସ୍ ପୋଷାକ ପିନ୍ଧି ପୋଲିସ୍ ବିଭାଗରେ ରହି ପୋଲିସ୍ ବିଭାଗ କୁ ସାହାଯ୍ୟ କରୁଥିବା ଗୃହରକ୍ଷୀ କର୍ମଚାରୀ ମାନଙ୍କୁ ଲେବର୍ ର ମାନ୍ୟତା ଦେଇ ଥିବାରୁ ରାଜ୍ୟର ସମସ୍ତ ଗୃହରକ୍ଷୀ ସଂଘର ସଭାପତି ,ସମ୍ପାଦକ , ଆଡ଼ର୍ଭାଇଜର୍ , ଆଇନ ପରାମର୍ଶ ଦାତା ଓ ସମସ୍ତ କର୍ମକର୍ତ୍ତା ମାନେ କ୍ଷୁବ୍ଧ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ ଜଷ୍ଟିଜ୍ ଏମ୍ ଆର୍ ସାହା, ଓ ବି ଭି ନାଗରତ୍ନା ରାଜ୍ୟସରକାର ରବିବାର ଛୁଟି ଦିନରେ ତରବରିଆ ଭାବେ ୩୦୦ ଟଙ୍କା ଭତ୍ତାକୁ ୭,୮ ,୨୦୨୨,ରିଖ ରବିବାର ୧୧୬ ଟଙ୍କା ଭତ୍ତା ବୃଦ୍ଧି କରିଥିବା କୁ ନେଇଁ ନିନ୍ଦା କରିଛନ୍ତି । କିନ୍ତୁ ହାଇକୋର୍ଟ ୨୦୧୬ ମସିହାରେ ୫୩୩ଟଙ୍କା ସହିତ ଗୃହରକ୍ଷୀ ମାନଙ୍କୁ ଏରିୟର୍ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତାକୁ ରାଜ୍ୟ ସରକାର୍ ଅବମାନନା କରିବା ଫଳରେ କନ୍ଧମାଳ ଜିଲ୍ଲାର ମଞ୍ଜୁଲତା ନାୟକ ଏବଂ ଅନ୍ୟ ହୋମଗାର୍ଡ ଭାଇମାନେ ମିଶି ହାଇକୋର୍ଟ ଡିଗ୍ରୀ କରିଛନ୍ତି । କେସ୍ ଟିକୁ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ,ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ,ମାନବାଧିକାର ମିସନ ଚ୍ୟାରମେନ୍ନ , ସଭାପତି ଏବଂ ଗୃହରକ୍ଷୀ ସଂଘର ସମସ୍ତ ଜିଲ୍ଲା ଆଡ଼ର୍ଭାଇଜର୍ , ଆଇନ ପରାମର୍ଶ ଦାତା ଙ୍କ ଆଲୋଚନା ଏବଂ ସହଯୋଗ କ୍ରମେ ବର୍ତ୍ତମାନ ସୁପ୍ରିମକୋର୍ଟ ରେ ବିଚାର ଧିନ ଚାଲିଛି । ସୁପ୍ରିମକୋର୍ଟ ଜଷ୍ଟିସ୍ ଏମ୍ ଆର୍ ସାହା , ସରକାରଙ୍କୁ ୨୧୭୦୦,ଟଙ୍କା ଏବଂ ବିଭିନ୍ନ ସମସ୍ୟା ର ସରଳ ସମାଧାନ କରିବା ନିମନ୍ତେ ନିର୍ଦ୍ଦେସ୍ ଦେଇଥିଲେ ମଧ୍ୟ ରାଜ୍ୟସରକାର୍ ଏହାକୁ କାହିଁକି ଅଣଦେଖା କରୁଛି ତାହା ଏବେ ପ୍ରଶ୍ନ ଉଠୁଛି । ଏପରିକି ଗୃହରକ୍ଷୀ ମାନଙ୍କୁ ନିଜର ଡିୟୁଟି ଦେବାବଦଳରେ ଅନେକ ବଡ଼ ବଡ଼ିଆ ପଦାଧିକାରୀ ମାନଙ୍କ ଘରେ ଘରୋଇ କାର୍ଯ୍ୟ କରିବା , କାହାକୁ ବାସନ ମାଯିବା କାମ ତ କାହାକୁ ଛୁଆ ଖେଳେଇବା , କାହାକୁ କୁକୁର ବୁଲେଇବା କାମ ତ ଆଉ କାହାକୁ ମାଟି କାମ ରେ ଲଗାଇବା , କାହାକୁ ଅଫିସର୍ ମାନଙ୍କ ପାଇଁ ସଫା ଆଦି ପଲଙ୍କ ତିଆରି କରିବା କାମ ତ ଆଉ କାହାକୁ ରାତି ଅଧିଆ ପେଟ୍ରୋଲିୟମ ଡିୟୁଟି ଦେଇ ବଡ଼ ବଡ଼ିଆ ପୋଲିସ୍ ଅଧିକାରୀ ମାନେ ନିଘୋଡ଼ ନିଦ୍ରା ରେ ଘରେ ଶୋଇଥାନ୍ତି । ନିରୀହ ଗୃହରକ୍ଷୀ ମାନେ ନିଜର ଓ ପରିବାର ର ଭୋକ ମେଣ୍ଟାଇବା ନିମନ୍ତେ କର୍ମକୁ ଆଦରି ନିଜର କର୍ତ୍ତବ୍ୟ କରିଥାନ୍ତି । ତଥାପି ମଧ୍ୟ ତାଙ୍କୁ ଦିଆଯାଏ ଗାଳି ଉପରେ ଗାଳି । ଏପରି କି ମହିଳା ଗୃହରକ୍ଷୀ ମାନଙ୍କ ପ୍ରତି ସମୟ ସୀମା ମଧ୍ୟ ଧାର୍ଯ୍ୟ ନ କରି ସକାଳ ୦୭ ଘଂଟିକାରୁ ଅପରାହ୍ନ 0୩ ଘଣ୍ଟିକା ପର୍ଯ୍ୟନ୍ତ ଖଟଉ ଥିବା ଅନେକ ପ୍ରମାଣ ରହିଛି । କିନ୍ତୁ ଉଚ୍ଚ ପଦସ୍ତ କର୍ମଚାରୀ ମାନଙ୍କ ପ୍ରତି କୌଣସି ସମୟ ସୀମା ସରକାର୍ ଧାର୍ଯ୍ୟ କରିବାକୁ ଏତେ ଭୟ କାହିଁକି ବଲି ଗୃହରକ୍ଷୀ ମହଲରେ ପ୍ରଶ୍ନ ଉଠୁ ଥିଲେ ମଧ୍ୟ ନିଜର ଚାକିରୀ ଭୟରେ କାହାକୁ କିଛି ନ କହି ମନ ମାରି ରହୁଥିବା ଦେଖିବାକୁ ମିଳୁଛି । ଗୃହରକ୍ଷୀ ମାନଙ୍କ ମାସିକ ଦରମା ଦେୟ ଶୁଣାଣି ତା – 10,08, 2022 , ରିଖଦିନ ସୁପ୍ରିମକୋର୍ଟ ରେ ଥିବାସ୍ଥଳେ ସରକାର୍ ତରବରିଆ ଭାବରେ କାହିଁକି ରବିବାର ଛୁଟି ଦିନରେ ଏତେବଡ଼ ଭୁଲ ନିଷ୍ପତି ନେଇଛନ୍ତି ତାହା ଏବେ ଚର୍ଚ୍ଚା ଚାଲିଛି । ପୋଲିସ୍ ବିଭାଗର ଗୃହରକ୍ଷୀ କର୍ମଚାରୀ ମାନେ ପୋଲିସ୍ ଠୁ ଅଧିକ ସମସ୍ତ କାର୍ଯ୍ୟ ପୋଲିସ୍ ପୋଷାକ ପିନ୍ଧି ବିଭିନ୍ନ ଡିୟୂଟି ଶୃଙ୍ଖଳିତ ଭାବରେ ପାଳନ କରୁଥିବା, ସମାଜରେ ସମସ୍ତଙ୍କ ଦୃଷ୍ଟି ଗୋଚର ହେଉଥିବା ସ୍ଥଳେ କିପରି ରାଜ୍ୟ ସରକାର୍ ଗୃହରକ୍ଷୀ କର୍ମଚାରୀ ମାନଙ୍କୁ ମୂଲିଆ, ବା,ଲେବର୍ ସହିତ ତୁଳନା କରିଛନ୍ତି ତାହା ଏବେ ଚର୍ଚ୍ଚା ର ବିସୟ ପାଲଟିଛି । ଏହାକୁ ଚୟନ କରାଯାଇଥିବା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ର ସଭାପତି ରଞ୍ଜନ କୁମାର୍ ମଲ୍ଲିକ ସମ୍ପାଦକ ବିଚିତ୍ରାନନ୍ଦ ବିଶ୍ୱାଳ, କାର୍ଯ୍ୟକାରି ସଭାପତି ଭଜରାମ ମହାନ୍ତି ଦୃଢ ନିନ୍ଦା କରିଛନ୍ତି । ଆଗାମୀ ଦିନରେ ଏହାର ଉଚିତ ଜବାବ ଦିଆଯିବା ନେଇଁ ମାନବାଧିକାର୍ କମିସନ , ସୁପ୍ରିମକୋର୍ଟ ମାଧ୍ୟମରେ ଆଇନଗତ ଭାବରେ ବିଚାର କରିବା ପାଇଁ ମହାସଂଘ ନିସ୍ପତି ନେଇଛି । ଓଡ଼ିଶାର ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ପୋଲିସ୍ ବିଭାଗ କୁ ହାତ ବାର୍ଷି କରି ବ୍ୟବହାର କରିଥାନ୍ତି । ଏପରିକି କୋଭିଡ -୧୯ କରୋନା ମହାମାରୀ ଭଳି ଭୁତାଣୁ କୁ ଦୂରୀକରଣ କରିବା ନିମନ୍ତେ ଆଗଧାଡ଼ି ରେ ଛିଡ଼ା ହେଇ ନିଜ ଜୀବନ କୁ ବାଜି ଲଗାଇ ଅଣ୍ଟା ଭିଡ଼ି ପୋଲିସ୍ ପ୍ରଶାସନ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କୁ ଅକ୍ଷରଙ୍କେ ପାଳନ କରି ପ୍ରଶାସନ ଙ୍କୁ ସହଯୋଗ କରିଥାନ୍ତି । ଏଥିରେ ଗୃହରକ୍ଷୀ କର୍ମଚାରୀ ମାନ ଙ୍କ ଭୂମିକା ଅତ୍ୟଧିକ ରହିଥିବାର ଦେଖିବାକୁମିଳେ । ସୁପ୍ରିମକୋର୍ଟ ର ଆଇନଯିବି ଶେଖର ଶ୍ରୀ ବାସ୍ତବ ମହାସଂଘ ଆସନ୍ତା ତା – ୩୦, ୦୮ , ୨୦୨୨ ରିଖରେ ବିଚାର କରିବାକୁ ଜଷ୍ଟିଜ୍ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଓଡ଼ିଶା କୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଜରିଆରେ ଖବର୍ ପ୍ରକାଶ କରି ଜଣେଇ ଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ