ପୁରୀ ଜିଲ୍ଲା କାରାଗାର ରେ ଅନ୍ତେବାସୀ ଙ୍କ ଆତ୍ମହତ୍ୟା

ନିମାପଡ଼ା, (ସନ୍ତୋଷ ଦାଶ):କୋଣାର୍କ ନିକଟସ୍ଥ ବାଙ୍ଗର ଠାରେ ଥିବା ପୁରୀ ଜିଲ୍ଲା କାରାଗାର ରେ ଜଣେ କଏଦୀ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଢିଛି।ସେ କାରାଗାର ଗାଧୁଆ ଘରେ ଆତ୍ମହତ୍ୟା କରିଥିବା ବେଳେ ମୃତ ଯୁବକ ଜଣକ ହେଲେ ବ୍ରହ୍ମଗିରି ଥାନା ଅନ୍ତର୍ଗତ ସିସାପୁର ଗ୍ରାମର ବିଶ୍ଵନାଥ ବାରିକ | ଯୁବକ ଜଣକ କାହିଁକି ଆତ୍ମହତ୍ୟା କଲେ ସ୍ପଷ୍ଟ ଜଣା ପଡିନାହିଁ। ଯୁବକ ଜଣଙ୍କ ଗତ ୩.୫.୨୦୨୨ ରୁ ଏକ ଦୁଷ୍କର୍ମ  ମାମଲାରେ ଅଭିଯୁକ୍ତ ହୋଇ ଜିଲ୍ଲା କାରାଗାର ବନ୍ଦୀ ଭାବେ ରହିଥିବା ଜଣାପଡିଛି । ବିଶ୍ଵନାଥ କେଉଁ କାରଣରୁ କିପରି ଆତ୍ମହତ୍ୟା କଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାମଚଣ୍ଡି ଥାନା ପୋଲିସ ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ