ସତ୍ୟଭାମାଦେବୀ ମୂକ-ବଧିର ମହାବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ୟୁନିଟ-୬ ସ୍ଥିତ ସତ୍ୟଭମାଦେବୀ ମୂକ-ବଧିର ମହାବିଦ୍ୟାଳୟ ପରିସରରେ ୭୬ ତମ ସ୍ୱାଧୀନତା ଦିବସ ମହାବିଦ୍ୟାଳୟର କର୍ମକର୍ତା ଅଧ୍ୟାପକ, ଅଧ୍ୟାପିକା, ଛାତ୍ର, ଛାତ୍ରୀ ଓ କର୍ମଚାରୀଙ୍କ ଗହଣରେ କୋଭିଡ଼-୧୯ ନିୟମାବାଳୀ ଅନୁସାରେ ପାଳିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ସାଂସଦ (ରାଜ୍ୟସଭା) ଝହ. ଗଙ୍କହସଭଙ୍କକ୍ଷକ୍ଷବ କଷବଦ୍ଭ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜାତୀୟ ପତାକା ଉତୋଳନ କରିଥିଲେ । ମହାବିଦ୍ୟାଳୟର ମୂକ-ବଧିର ଛାତ୍ର/ଛାତ୍ରୀମାନେ ଭାରତୀୟ ସାଙ୍କେତିକ ଭାଷାରେ ଜାତୀୟ ସଙ୍ଗୀତ ପରିବେଷଣ କରିଥିଲେ । ଅତିଥି ଝହ. ଗଙ୍କହସଭଙ୍କକ୍ଷକ୍ଷବ କଷବଦ୍ଭ ସ୍ୱାଧୀନତା ଦିବସର ମହତ୍ୱ ଉପସ୍ଥାପିତ କରିବା ସହ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବଳିଦାନ ବିଷୟରେ ବକ୍ତବ୍ୟ ରଖିଥିଲେ । ସତ୍ୟଭାମାଦେବୀ େଓଲଫେୟାର ଟ୍ରଷ୍ଟ ର ମ୍ୟାନେଜିଂ ଟ୍ରଷ୍ଟି ସୁଶ୍ରୀ ନିରୋଜାଲକ୍ଷ୍ମୀ ମହାପାତ୍ର ଭାରତର ସ୍ୱାଧୀନତା ସଂଗ୍ରାମରେ ମହାତ୍ମାଗାନ୍ଧୀଙ୍କ ଅହିଂସାନୀତି ଓ ସୁବାଷଚନ୍ଦ୍ର ବୋଷଙ୍କ ଆଜାଦହିନ୍ଦ୍ ଫୌଜ କିଭଳି ସ୍ୱାଧୀନତା ପ୍ରାପ୍ତିରେ ଫଳପ୍ରଦ ହୋଇଥିଲା ତାଙ୍କର ଅଭିଭାଷଣ ରଖିଥିଲେ । ଏହି ଅବସରରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ସମାଜସେବକ ଶ୍ରୀଯୁକ୍ତ ସୁରେନ୍ଦ୍ର ପ୍ରସାଦ ଦାସ ଯୋଗଦାନ କରି ସ୍ୱାଧୀନତା ଦିବସ ସଂପର୍କରେ ବୁଝାଇବା ସହିତ ମୂକ-ବଧିର ଛାତ୍ର/ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ସଂଘମିତ୍ରା ମହାପାତ୍ର ଅତିଥି ମାନଙ୍କର ବକ୍ତବ୍ୟକୁ ସାଙ୍କେତିକ ଭାଷାରେ ମୂକ-ବଧିର ଛାତ୍ର/ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅନୁବାଦ କରିଥିଲେ । ପରିଶେଷରେ ଅଧ୍ୟାପକ ପୂର୍ଣ୍ଣେନ୍ଦୁ ଶେଖର ପରିଡ଼ା ଅତିଥିଙ୍କ ବହୁ ମୂଲ୍ୟ ସମୟ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।