ରେଲୱେ ଷ୍ଟେସନ ନିକଟସ୍ଥ ଶ୍ରୀ ସିଦ୍ଧମହାବୀର ମନ୍ଦିରରୁ ୨୦କେଜି ବିଶିଷ୍ଟ ଅଷ୍ଟଧାତୁ ନିର୍ମିତ ହନୁମାନ ମୂର୍ତ୍ତି ଚୋରି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିରେ ପୁଣି ଏକ ମନ୍ଦିରରୁ ଚୋରି। ରେଲୱେ ଷ୍ଟେସନ ନିକଟସ୍ଥ ସିଦ୍ଧ ମହାବୀର ମନ୍ଦିରରୁ ଅଷ୍ଟଧାତୁରେ ନିର୍ମିତ ୨୦ କେଜି ବିଶିଷ୍ଟ ଅଷ୍ଟଧାତୁରେ ନିର୍ମିତ ହନୁମାନ ମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଉକ୍ତ ମନ୍ଦିରର ପ୍ରାୟ ୨୦କିଲୋ ଓଜନର ଅଷ୍ଟଧାତୁରେ ନିର୍ମିତ ହନୁମାନ ମୂର୍ତ୍ତିକୁ କୈାଣସି ଦୁର୍ବୃତ୍ତ ଚୋରି କରି ନେଇ, ଯାଇଥିବା ନେଇ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ ହୋଇଛି। ଆଜି ସକାଳୁ ପୂଜକ ପରମାନନ୍ଦ ଦାସ ପୁଜା କରିବାକୁ ଯାଇ ମନ୍ଦିର ଭିତରେ ପ୍ରବେଶ କରି ମୂର୍ତ୍ତି ନ ଥିବା ଦେଖି ମନ୍ଦିର କମିଟି ଓ ଅନ୍ୟମାନଙ୍କୁ ଜଣାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଛି। ରାତିରେ ମନ୍ଦିର ପରିସରର ଏକ କୋଠରୀରେ ଜଣେ ସନ୍ୟାସୀ ଓ ତିନି ଜଣ ଛାତ୍ର ରହୁଥିବା ସତ୍ତ୍ବେ ଅତି ସତର୍କତାର ସହ ଚୋର ମୂର୍ତ୍ତିକୁ ଚୋରି କରି ନେଇଥିବା ଜଣାପଡିଛି। ପୂର୍ବରୁ ସାଇ ମନ୍ଦିରରୁ ହୋଇଥିବା ଚୋରି ଧରା ପଡ଼ିଥିବା ବେଳେ ମହିଳା ଙ୍କ ବେକରୁ ସୁନା ଅଳଙ୍କାର ଚୋରି ଏବଂ ମୁଖ୍ୟ ବଜାରରେ ଥିବା ଘରୁ ନିଜ ଝିଅର ବାହାଘର ପାଇଁ ରଖିଥିବା ସୁନା ଅଳଙ୍କାର ସହ ଟଙ୍କା ଦିନ ଦ୍ୱିପ୍ରହରରେ ଚୋରି ହୋଇଥିବା ଘଟଣାରେ ଚୋର ଧରା ପଡ଼ି ନଥିବା ବେଳେ ଆଜି ପୁଣି ଏକ ମନ୍ଦିରରୁ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଖବର ପାଇ ଗଜପତି ଏସପି ଜୟରାମ ଶତପଥୀ ପାରଳାଖେମୁଣ୍ଡି ଆଇଆଇସି ବିବେକା ନନ୍ଦ ସ୍ୱାଇଁ, ଡି ଏସ ପି ରାମକୃଷ୍ଣ ପତି ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି l ପୋଲିସ ଡଗ୍ ସ୍କ୍ୱାର୍ଡ ଓ ସାଇଣ୍ଟ ଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ସହରରେ ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ଅଭିଯୋଗ ଆସୁଛି। ବିଶେଷ କରି ମନ୍ଦିର ଗୁଡ଼ିକୁ ଟାର୍ଗେଟ କରି ଚୋରି କରୁଥିବା ଜଣାପଡ଼ୁଛି। ତେବେ ସହରରେ ଚୋରର କିଛି ଗ୍ୟାଙ୍ଗ ସକ୍ରୀୟ ଥିବା ଜଣାପଡ଼ୁଛି। ବାରମ୍ବାର ଚରି ଘଟଣା ପାରଳାଖେମୁଣ୍ଡି ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ