ସତ୍ୟ ନାରାୟଣ ପାତ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ସ୍ଥିତ ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀ ପରିସରରେ ଫାର୍ମାସୀ ପକ୍ଷରୁ ଅବିଭକ୍ତ ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ଆୟୁର୍ବେଦ ଚିକିତ୍ସା ବିଶାରଦ ସ୍ବର୍ଗତ କବିରାଜ ସତ୍ୟ ନାରାୟଣ ପାତ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଅନନ୍ତମୁଖି ଭାଗବତ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅନନ୍ତମୁଖି ଭାଗବତ ପାରାୟଣ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଓ କାଶୀନଗର ଅଞ୍ଚଳର ବହୁ ମଠାଧୀଶ ଯୋଗ ଦେଇଥିବା ବେଳେ ଏଥିରେ ସଂପୃକ୍ତ ଅଞ୍ଚଳର ନିମନ୍ତ୍ରିତ ହୋଇ ଆସିଥିବା ୨୦ ରୁ ୨୫ ଜଣ ବ୍ରାହ୍ମଣ ଯୋଗଦେଇ ବିଷ୍ଣୁ ସହଶ୍ରା ନାମ ଓ ଗୋପାଳ ସହଶ୍ରା ନାମ ପାଠ କରିଥିଲେ ଏବଂ ଶେଷରେ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମରେ ସାମିଲ ଥିଲେ ।ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଓ କାଶୀନଗର ଅଞ୍ଚଳର ଯୋଗ ଦେଇଥିବା ମଠାଧୀଶ ମାନେ ହେଲେ କାଶୀନଗର ଜଗନ୍ନାଥ ମଠର ମଠାଧୀଶ ମହନ୍ତ ମହାରାଜ ଶ୍ରୀ ପଦ୍ମଚରଣ ଦାସଜୀ , ପାରଳାଖେମୁଣ୍ଡି ଦେବୀ ମଠର ମଠାଧୀଶ ମହନ୍ତ ମହାରାଜ ଶ୍ରୀ ସୀତାରାମ ଦାସଜୀ ଏବଂ ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସଜୀ , ନୃସିଂହନାଥ ମଠର ମଠାଧୀଶ ମହନ୍ତ ମହାରାଜ ଶ୍ରୀ ମଧୁସୂଦନ ଦାସଜୀ , ଚାଙ୍ଗୁଡ଼ି ମଠର ମଠାଧୀଶ ମହନ୍ତ ମହାରାଜ ଶ୍ରୀ ରାମ କିଶୋର ଦାସଜୀ ଏବଂ କେରାଣ୍ଡି ମଠର ମଠାଧୀଶ ମହନ୍ତ ମହାରାଜ ଶ୍ରୀ ଦାମୋଦର ଦାସଜୀ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ସମସ୍ତଙ୍କୁ ମାର୍ଗଦର୍ଶନ ଦେଇଥିଲେ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀ ପକ୍ଷରୁ ମଠାଧୀଶ ମାନଙ୍କୁ ସାଧୁ ସେବା ସହ ମଠାବସ୍ତ୍ର ପ୍ରଦାନ କରା ଯାଇଥିବା ବେଳେ ଭାଗବତ ପାରାୟଣ ପାଠ କରିଥିବା ବ୍ରାହ୍ମଣ ମାନଙ୍କୁ ମଧ୍ୟ ବ୍ରାହ୍ମଣ ସେବା ସହ ମଠାବସ୍ତ୍ର ପ୍ରଦାନ କରା ଯାଇଥିଲା ।ଏହି କାର୍ଯ୍ୟକ୍ରମ ଅବସରରେ ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀ ପକ୍ଷରୁ କାଶୀନଗର ସ୍ଥିତ ଜଗନ୍ନାଥ ମଠର ନିର୍ମାଣାଧୀନ କାର୍ଯ୍ୟ ଆଗେଇ ନେବାପାଇଁ ମଠର ମଠାଧୀଶ ମହନ୍ତ ମହାରାଜ ଶ୍ରୀ ପଦ୍ମଚରଣ ଦାସଜୀଙ୍କୁ ଫାର୍ମାସୀର କବିରାଜ ଡ଼ାଃ ରାମନାଥ ପାତ୍ର ଓ ଗବେଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ଵାରା ୫୦ ହଜାର ଟଙ୍କା ପ୍ରଦାନ କରା ଯାଇଥିଲା ।ଶେଷରେ ସମସ୍ତଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରା ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶ୍ରୀ ହୃଷୀକେଶ ଗୌଡ ଓ କବିରାଜ ଡ଼ାଃ କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ସମ୍ଭର୍ଦ୍ଧିତ କରା ଯାଇଥିଲା ।ଏଠାରେ ସୂଚନା ଯୋଗ୍ୟ ଯେ , ସ୍ବର୍ଗତ କବିରାଜ ସତ୍ୟ ନାରାୟଣ ପାତ୍ର , ୧୯୨୨ ଅଗଷ୍ଟ ୧୫ ତାରିଖ ଦିନ କାଶୀନଗର ସ୍ଥିତ ବ୍ରାହ୍ମଣ ସାହିରେ ପିତା ଗୋପୀନାଥ ପାତ୍ର ଓ ମାତା ଆଲ୍ଲାଦିନିଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ ।ସ୍ବର୍ଗତ କବିରାଜ ପାତ୍ର କାଶୀନଗର ଠାରେ ଥିବା ଓଡ଼ିଶାର ସୁନାମ ଧନ୍ୟ ଆୟୁର୍ବେଦ ଅନୁଷ୍ଠାନ “ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀ”ର ପ୍ରତିଷ୍ଠାତା ଏବଂ ସ୍ୱାସ୍ଥ୍ୟ ବିଳାସ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଥିଲେ ।ଅନ୍ୟପକ୍ଷରେ ସ୍ବର୍ଗତ କବିରାଜ ପାତ୍ର ଏକାଧାରାରେଜଣେ ସମାଜସେବୀ , ସାହିତ୍ୟିକ , ସାମ୍ବାଦିକ , ପରୋପକାରୀ , ଅମାୟିକ , ମିଷ୍ଟଭାଷୀ ଓ ସ୍ଵାଧୀନତା ସଂଗ୍ରାମୀ ବ୍ୟକ୍ତିତ୍ଵ ଥିଲେତାଙ୍କର ଯଶକୀର୍ତ୍ତି ସମାଜସେବା ଓ ଚିକିତ୍ସା ସେବା ଜନ ମାନସରେ ଚୀର ସ୍ମରଣୀୟ ହୋଇ ରହିବ । ସ୍ବର୍ଗତ କବିରାଜ ସତ୍ୟନାରାୟଣ ପାତ୍ର ୨୦୦୦ ମସିହା ମଇ ୨୧ ତାରିଖ ଦିନ ୭୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ ।ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀର କବିରାଜ ଡ଼ାଃ ରାମନାଥ ପାତ୍ରଙ୍କ ସମେତ ଶ୍ରୀ ରାଧାନାଥ ପାତ୍ର , ରମାକାନ୍ତ ପାତ୍ର ଏବଂ ନଳିନୀ କାନ୍ତ ପାତ୍ର ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ