ଉତ୍ସବ ଅନୁଷ୍ଠାନ ୩୫ ବର୍ଷରେ କଲା ପଦାର୍ପଣ
ନୂଆଦିଲ୍ଲୀ, (ଯୁଗାବ୍ଦ ନ୍ୟୁଜ):ତ୍ସବ ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନ ଦୀର୍ଘ ୩୫ ବର୍ଷ ଧରି ଉତ୍କଳ ର ସଂସ୍କୃତି, ପରମ୍ପରା କୁ ଆଧାର କରି ତାର ବିଜୟ ଯାତ୍ରା ଅବ୍ୟାହତ ରଖିଛି. ଏହି ଅନୁଷ୍ଠାନ ର ପ୍ରତିଷ୍ଠାତା ସଭାପତି ପଦ୍ମଶ୍ରୀ ପୁରସ୍କାର ବିଜେତା ରଞ୍ଜନା ଗୌହର ନିଜର ପ୍ରତିଭା ଦ୍ୱାରା ସମଗ୍ର ଓଡିଶା ତଥା ଭାରତ ବର୍ଷ ରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି. ନୂତନ ପ୍ରତିଭା ମାନଙ୍କୁ ସୁଯୋଗ ଦେବା ସହିତ ଚଳିତ ବର୍ଷ ସ୍ୱାଧୀନତା ର ଅମୃତ ମହୋତ୍ସବ ୭୫ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଛି. ଶହୀଦ ବୀର ମାନଙ୍କ ସ୍ମୃତି ଚାରଣ ସହିତ ପ୍ରତିଭା ଦୀପ୍ତ ସନ୍ତୋଷ ନୟାର, ଗୋପିକା ବର୍ମା, ପ୍ରମୁଖ ନିଜ ନିଜ କଳା, ନୈପୂଣ୍ୟ ଦ୍ୱାରା ମନୋରଞ୍ଜନ ସହିତ ଉତ୍କଳ ର ସମ୍ମାନ ଓ ସ୍ୱାଭିମାନ ର ପ୍ରଦର୍ଶନ କରିଥିଲେ.


