ସ୍କାଉଟସ୍ ଏବଂ ଗାଇଡସ୍ ତରଫରୁ ବନ୍ୟା ବିପନ୍ନଙ୍କୁ ରିଲିଫ ସହାୟତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବନ୍ୟାର କରାଳ ପ୍ରକୋପରେ ବିଭିନ୍ନ ଜିଲ୍ଲାରେ ବନ୍ଧ ଭାଙ୍ଗି ଘରଦ୍ୱାରା ସବୁ ଭାସିଯାଇଛି ଏବଂ ଲୋକମାନେ ନାହିଁ ନଥିବା ହିନସ୍ତା ଭୋଗୁଛନ୍ତି । ସେଥିପାଇଁ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ମିହିର ରଞ୍ଜନ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ସ୍କାଉଟ ଦଳ ବିଭିନ୍ନ ଜିଲ୍ଲାରେ ସ୍କାଉଟ ମାଷ୍ଟର, ରୋଭରମାନଙ୍କ ସହାୟତାରେ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଅତ୍ୟାବଶ୍ୟକୀୟ ସାମଗ୍ରୀ ଚୁଡା, ଗୁଡ, ଅମୁଲ, ବିସ୍କୁଟ, ପାଣି, ମହମବତୀ, ଦିଆସିଲି ଓ ଗୋଖାଦ୍ୟ ଆଦି ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି । ସ୍କାଉଟ ଗାଇଡ୍ମାନଙ୍କର ଏହି କାର୍ଯ୍ୟକୁ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚି ନାୟକ ପ୍ରଶଂସା କରିବା ସହିତ ଏହି ରିଲିଫ କାର୍ଯ୍ୟକୁ ଅଧିକରୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ ।


