ଏମବିଏ ଶିକ୍ଷାର୍ଥୀଙ୍କ ପାଇଁ ବାଲେଶ୍ୱରରେ ଖୋଲିଲା ବି.ଆଇ.ଏମ.ଟି ଅନୁଷ୍ଠାନ
ବାଲେଶ୍ୱର, (ସରୋଜ ପଣ୍ଡା) : ଚଳିତ ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀଙ୍କୁ ଉଚ୍ଚମାନର ତଥା ନିଯୁକ୍ତି ଭିତିକ ଏମବିଏ ଶିକ୍ଷାଦାନ ପାଇଁ ବାଲେଶ୍ୱର ରେ ଖୋଲିଛି ‘ଭାରତ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଂଟ ଏଣ୍ଡ ଟେକ୍ନୋଲୋଜି’ (ବି.ଆଇ.ଏମ.ଟି) ଅନୁଷ୍ଠାନ । ଏଠାରୁ ‘ଏମବିଏ’ଶିକ୍ଷା ଗ୍ରହଣ କରି ଛାତ୍ରଛାତ୍ରୀମାନେ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ପାଇବାର ଶତ ପତିଶତ ସୁଯୋଗ ରହିଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପ୍ରତିଷ୍ଠାତା କମିଟି କର୍ମକର୍ତ୍ତାମାନେ । ସ୍ଥାନୀୟ ଆତିଥ୍ୟ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟିର କର୍ମକର୍ତ୍ତା ଡ.ଶ୍ରୀମାନ ଶ୍ରୀଚନ୍ଦନ, ଡାକ୍ତର ଆକାଶ ମୋଦି ଓ ମନୋଜ ଜେନା ପ୍ରମୁଖ ଯୋଗଦେଇ ବି.ଆଇ.ଏମ.ଟି ଅନୁଷ୍ଠାନରେ ଶିକ୍ଷା ଗ୍ରହଣ ପାଇଁ ଛାତ୍ରଛାତ୍ରୀଙ୍କ ନିମନ୍ତେ ଥିବା ସୁବିଧା ସୁଯୋଗ ସମ୍ପର୍କରେ ସୂଚନା ଦେଇଛନ୍ତି । ବିଶେଷ କରି ମାର୍କେଟିଂ, ଫାଇନାନ୍ସ, ଏଚଆର, ଅପରେସନ ମ୍ୟାନେଜମେଂଟ, ସିଷ୍ଟମ ମ୍ୟାନେଜମେଂଟ, ରୁରାଲ ମ୍ୟାନେଜମେଂଟ, ଏଗ୍ରି ବିଜିନେସ ମ୍ୟାନେଜମେଂଟ ଓ ଇଂଟରନ୍ୟାସନାଲ ବିଜିନେସ ମ୍ୟାନେଜମେଂଟ ଶିକ୍ଷାଦାନର ବ୍ୟବସ୍ଥା ରହିଛି । ଏହି ବି.ଆଇ.ଏମ.ଟି ଶିକ୍ଷାନୁଷ୍ଠାନ ଭାରତ ସରକାରଙ୍କ ନୂଆଦିଲ୍ଲୀ ସ୍ଥିତ ‘ଅଲ ଇଣ୍ଡିଆ କାଉନସିଲ ଫର ଟେକ୍ନିକାଲ ଏଜୁକେସନ’ (ଏଆଇସିଟିଇ) ଦ୍ୱାରା ଅନୁମୋଦିତ ଏବଂ ଓଡ଼ିଶା ସରକାରଙ୍କ ‘ରାଜ୍ୟ ସ୍କିଲ ଡେଭେଲୋପମେଂଟ ଏଣ୍ଡ ଟେକ୍ନିକାଲ ଏଜୁକେସନ’(ଏସଡିଟିଇ) ତଥା ବିପିୟୁଟି ପକ୍ଷରୁ ଏନଓସି ପ୍ରାପ୍ତ ଅଟେ । ଉଲ୍ଲେଖନୀୟ ବିଷୟ ଏହି ଯେ ଉଚ୍ଚତର ଶିକ୍ଷା ପାଇଁ ବି.ଆଇ.ଏମ.ଟି ଶିକ୍ଷା ଅନୁଷ୍ଠାନ ଋଷିଆର ‘ଇର୍କୋଟକ୍ସ ନ୍ୟାସନାଲ ରିସର୍ଚ୍ଚ ଟେକ୍ନିକାଲ ୟୁନିଭର୍ସିଟି’ ସହ ଅନୁବନ୍ଧିତ ହୋଇଅଛି । ଏହା ବ୍ୟତୀତ ଛାତ୍ରଛାତ୍ରୀଙ୍କର ଦକ୍ଷତା ଏବଂ ପ୍ରଶିକ୍ଷଣ ପାଇଁ ଏହି ଶିକ୍ଷାନୁଷ୍ଠାନ ‘ଇଣ୍ଡିଆନ ସୋସାଇଟି ଫର ଟ୍ରେନିଂ ଏଣ୍ଡ ଡେଭେଲୋପମେଂଟ’(ଆଇଏସଟିଡି)ର ସଦସ୍ୟତା ଗ୍ରହଣ କରିଛି । ଛାତ୍ରଛାତ୍ରୀଙ୍କ ନିଯୁକ୍ତି ତଥା ଦ୍ୱିତୀୟ ବର୍ଷର ପ୍ରଶିକ୍ଷଣ ପାଇଁ ଏହି ଅନୁଷ୍ଠାନ ୭ ଗୋଟି ଖ୍ୟାତନାମା କମ୍ପାନୀ ସହ ଏମଓୟୁ ସ୍ୱାକ୍ଷର କରିଛି । ଏହା ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ଦକ୍ଷତା ତଥା ଦୃଷ୍ଟିକୋଣର ବିକାଶ ପାଇଁ ଆମ୍ଭ ଅନୁଷ୍ଠାନ ଦେଶ ବାହାର ୪ଗୋଟି ୟୁନିଭର୍ସିଟି ସହ ଚୁକ୍ତିପତ୍ର ସ୍ୱାକ୍ଷରିତ କରିବାକୁ ଯାଉଛି । ବାଲେଶ୍ୱର-ଫୁଲାଡ଼ି ରାସ୍ତା ପାଶ୍ୱର୍ରେ ଖୋଲିଥିବା ଏହି ‘ଭାରତ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଂଟ ଏଣ୍ଡ ଟେକ୍ନୋଲୋଜି’ ବି.ଆଇ.ଏମ.ଟି ଅନୁଷ୍ଠାନ ସମସ୍ତଙ୍କ ପାଇଁ ନୂଆ ସୁଯୋଗ ଆଣିଛି ବୋଲି ପ୍ରତିଷ୍ଠାତା କମିଟି କର୍ମକର୍ତ୍ତାମାନେ କହିଛନ୍ତି । ନିଜ ନିଜ ପିଲାଙ୍କ ସୁରକ୍ଷିତ ଭବିଷ୍ୟତକୁ ଦୃଷ୍ଟିରେ ରଖି ବାଲେଶ୍ୱର ସମେତ ଉତର ଓଡ଼ିଶାର ଅଭିଭାବକମାନେ ଏମବିଏ ଶିକ୍ଷାଗ୍ରହଣ ପାଇଁ ଏଠାରେ ନାମ ଲେଖାଇବାକୁ ଉଚିତ ମଣିବେ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି ।


