ସଫଳ ହେଉଛି ସରକାରଙ୍କ ଆଣ୍ଟି ନକ୍ସଲ ଅପରେସନ
ଚିତ୍ରକୋଣ୍ଡା, (ଯୁଗାବ୍ଦ ନ୍ୟୁଜ):କାମ କଲା ସରକାରଙ୍କ ଆଣ୍ଟି ନକ୍ସଲ ଅପରେସନ । ସମ୍ପୂର୍ଣ୍ଣ ଭୁଶୁଡିବାରେ ଲାଗିଛି ଲାଲ ଗଡ଼ । ମାଲକାନଗିରି ଜିଲ୍ଲାକୁ ବିଏସଫ ଆସିବା ପରେ ଏବେ ଜିଲ୍ଲାରେ କମିବାରେ ଲାଗିଛି ମାଓ ଭୟ । ଏବେ ଏଠାକାର ଲୋକେ ଲାଲ ବାହିନୀର ହାତ ଛାଡି ସରକାରଙ୍କ ବିକାଶ ସ୍ରୋତରେ ସାମିଲ ହେଉଛନ୍ତି । ସୁରକ୍ଷା ବହିନୀଙ୍କ କୁମିଙ୍ଗ ଯଗୁଁ ମାଓ ସମର୍ଥକ ମାନେ ମାଓ ସମର୍ଥନ ଛାଡି ଆତ୍ମସମର୍ପଣ କରିବାକୁ ଆରମ୍ଭ କଲେଣି । ତେବେ ଆଜି ପୁଣି ଆତ୍ମ ସମର୍ପଣ କରିଛନ୍ତି ୧୫୦ ରୁ ଉର୍ଦ୍ଧ ମାଓବାଦୀ ।ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ , ଗୁରୁପ୍ରିୟା ସେତୁ ହେବା ପରେ ପରିବର୍ତ୍ତନ ର ସ୍ୱାଦ ଚାଖୁଛନ୍ତି ସ୍ୱାଭିମାନି । ଦିନ ଥିଲା ଏଠି ଲାଲବାହିନୀ ର ଲାଲ ଆତଙ୍କ ରେ ପେଷି ହେଉଥିଲେ ସ୍ୱାଭିମାନି । ସେଠାରେ ଚାଲୁ ଥିଲା ଲାଲ ବାହିନୀଙ୍କ ନାଲି ଆଖି ଶାସନ ସହ ପ୍ରଜାକୋର୍ଟ ର ନିୟମ । କିନ୍ତୁ ଜିଲ୍ଲାକୁ କେନ୍ଦ୍ର ସରକାର ବିଏସଫ ବାହିନୀ ଆସିବା ପରେ ବିଏସଫ ଓ ରାଜ୍ୟ ପୋଲିସ ର ମିଳିତ ଉଦ୍ୟମରେ ସମ୍ପୂର୍ଣ୍ଣ ପଛଘୁଞ୍ଚା ଦେଲେଣି ଲାଲ ବାହିନୀ । କେବଳ ସ୍ୱାଭିମାନ ଅଂଚଳ ରେ ୭ ଟି ବିଏସଫ କ୍ୟାମ୍ପ ହୋଇଥିବା ବେଳେ ବିଏସଫ ଓ ଓଡିଶା ପୋଲିସ ର ଘନ ଘନ କୁମ୍ବିଙ୍ଗ ଅପରେସନ ଲାଲ ବାହିନୀ ର ମେରୁଦଣ୍ଡ କୁ ଭାଙ୍ଗିଦେଇଛି । ତେଣୁ ଆଜି ଜାନବାଇ ଗ୍ରାମ ଠାରେ ରାଲେଗେଡା ପଂଚାୟତ ର ୧୫୦ ରୁ ଉର୍ଦ୍ଧମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ ଓ ଯେଉଁ ପଡିଆ ରେ ମାଓବାଦୀ ମାନେ ବସି ବୈଠକ କରିଥିଲେ ଓ ସେମାନେ ପ୍ରଜାକୋର୍ଟ କରୁ ଥିଲେ ସେହି ସ୍ଥାନରେ ଆତ୍ମ ସମର୍ପଣ କରିଥିବା ମାଓ ମିଲିସିଆ ନିଜ ମାଓ ପୋଷାକ ପୋଡିବା ସହ ମାଓ ବିରୋଧୀ ନାରା ଦେଇଥିଲେ । ଓ ଆଉ କେବେ ମଧ୍ୟ ମାଓ ସଙ୍ଘଠନ ର କାର୍ଯ୍ୟ କଳାପରେ ସାମିଲ ହେବେ ନାହିଁକି ମାଓ ବାଦୀଙ୍କୁ ସାହାଯ୍ୟ କରିବେ ନାହିଁ ବୋଲି ଶପଥ ନେଇଥିଲେ । ମାଓ ସମର୍ଥନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପରେ ସେହି ମାଓ ମିଲିସିଆ ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜନ କରାଯିବ । ଏହା ବ୍ୟତୀତ ଗ୍ରାମବାସି ମାନଙ୍କ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ସଦା ସର୍ବଦା ରହି ଥିବା କଥା ବିଏସଫ DIG ପ୍ରକାଶ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଣ୍ଟି ନକ୍ସଲ ଅପରେସନ ଯଗୁଁ ଧୀରେ ଧୀରେ ଭୁସୁଡୁଛି ମାଓ ଗଡ଼ ଓ ସ୍ୱାବଲମ୍ବୀ ହେଉଛନ୍ତି ସ୍ୱାଭିମାନି ।