ଵିଧାୟକ ପ୍ରତିନିଧିଙ୍କ ଦ୍ୱାରା ୫ଟି କାର୍ଯ୍ୟ ତଦାରଖ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଵିଧାୟକ ପ୍ରଫୁଲ୍ଲ ସାମଲ ଙ୍କ ପ୍ରତିନିଧି ଇଂ ପ୍ରୟାସ କାନ୍ତି ସାମଲ ଆଜି ୫ଟି କାର୍ଯ୍ୟ ତଦାରଖ କରିଛନ୍ତି।ପ୍ରତିନିଧି ଶ୍ରୀ ସାମଲ ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟ ଠାରେ ପହଞ୍ଚିଥି ସେଠାରେ କାର୍ଯ୍ୟକାରୀ ହୋଇଥିବା ଵିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟ ଵୁଲି ଦେଖିଥିଲେ।ଏଥିରେ ଵିଡିଓ ଦେବଦତ୍ତ ଦାସ,ତହସିଲଦାର ସରୋଜକାନ୍ତ ନାୟକ, ବିଇଓ ଅଧିର ତରାଇ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ସରପଂଚ ଵର୍ଷାରାଣୀ ଜେନା, ସମିତି ସଭ୍ୟ ଵିଷ୍ଣୁଚରଣ ଦାସ,ସତ୍ୟାନନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।