ବନ୍ୟା ପ୍ରଭାବିତ ଚାଷ ଜମି ବୁଲିଲେ ଅଧିକାରୀ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀ ବନ୍ୟା ଯୋଗୁଁ କୃଷିକ୍ଷେତ୍ର ଵେଶ ପ୍ରଭାବିତ ହୋଇଛି।ଵିଶେଷ ଦୁଇ ଦୁଇ ଥର ବନ୍ୟା ଆସିବାରୁ ଵ୍ଲକର ପ୍ରାୟ ୭ଗୋଟି ପଂଚାୟତ ଅଧିନ ଧାନ ଓ ପନିପରିବା ଚାଷୀ ମାନେ ଅନେକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଉଦ୍ୟାନ କୃଷି ବିଭାଗ ଅଧିକାରୀ କନ୍ଧ ଜେନା ଓ କୁନି ମେହେର ଷୋଳମପୁର, ମାଳଦା,ନପଗ,ରହଣିଆ ପ୍ରମୁଖ ପଂଚାୟତ ଗ୍ରସ୍ତ କରି ବନ୍ୟା ପାଣି ଦ୍ଵାରା ପ୍ରଭାବିତ ହୋଇଥିବା ପନିପରିବା ଚାଷ ଜମି ଵୁଲି ଦେଖିଥିଲେ।ସେହିଭଳି କୃଷି ବିଭାଗ ପକ୍ଷରୁ ମଧ ଅଧିକାରୀ ମାନେ ଧାନ ଚାଷ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଚଳିତ ବନ୍ୟା ଦ୍ବାରା ମାଳଦା ପଂଚାୟତର ୧୦୨ହେକ୍ଟର, ରହଣିଆ ୫୬ହେକ୍ଟର, ଷୋଳମପୁର୧୦୭ହେକ୍ଟର, କୁରିଗାଁ ୨୫ହେକ୍ଟର, ବନ୍ଦାଳୋ-ମଢ଼ିଆଳି ୪୩ହେକ୍ଟର ଓ ନପଙ୍ଗ ପଞ୍ଚାୟତର ୨୮ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିବା ଗୋଷ୍ଠୀ କୃଷି ଅଧିକାରୀ ଭାସ୍କର ଦାସ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ