ଆଦିବାସୀ ମହାବିଦ୍ୟାଳୟର ୪୪ତମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପ୍ରତିଷ୍ଠାର ୪୪ ତମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ । ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଜି.ରାଘବେନ୍ଦ୍ର,ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ମଧୁସୂଦନ ମହାପାତ୍ର, ବାଲିଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ନିଶାବତୀ ମଳିକ,ବାଲିଗୁଡ଼ା ଥାନା ଅଧିକାରୀ ବାବା 0ଶଙ୍କର ସରାଫ୍ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଇତିହାସ ପ୍ରାଧ୍ୟାପକ ପ୍ରତ୍ୟୁଷରଞନ ଶତପଥୀ ମହାବିଦ୍ୟାଳୟର ବିଗତ ଦିନର ସ୍ମୃତି ବଖାଣି ଥିଲେ। ସାଂସ୍କୃତିକ ସଂସଦର ଉପ ସଭାପତି ଡ଼ଃ ବିଭୂତି ଭୂଷଣ ଆଚାର୍ଯ୍ୟ ସ୍ଵାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଛାତ୍ରୀଛାତ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଅଧ୍ୟାପିକା ଅରୁନ୍ଧତୀ ପ୍ରଧାନ ପୁରସ୍କୃତ ପ୍ରତିଭାଙ୍କ ତାଲିକା ପଠନ କରିଥିଲେ। ଅଧ୍ୟାପକ ହିମାଂଶୁ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଇତ୍ୟବସରରେ ରକ୍ତଦାନ ଶିବିରେ ରକ୍ତଦାନ କରିଥିବା ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ପ୍ରଶଂସା ପତ୍ର ଟ୍ରଫି ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ