ସର୍ପ ଦଂଶନରେ ଯୁବ ସମାଜସେବୀ ଧନେଶ୍ଵର ମହାପାତ୍ରଙ୍କ ଦେହାନ୍ତ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ବଡଡାଳିମାର ଯୁବ ସମାଜସେବୀ ଧନେଶ୍ଵର ମହାପାତ୍ର (୪୫)ଙ୍କ ରବିବାର ସଂଧ୍ୟାବେଳେ ନାଗସାପ ଦଂଶନ କରିଥିଲା ।ପରେ ତାଙ୍କୁ ଅସୁସ୍ଥ ଅବସ୍ଥାରେ ବହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।ତିରିଂ ପୋଲିସ ସୋମବାର ଦିନ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ସେ ଜଣେ ପରୋପକାରୀ ମିଷ୍ଟଭାଷୀ ଯୁବକ ଥିଲେ । ତାଙ୍କ ମୃତ୍ୟୁରେ ବହଳଦା,ତିରିଂ ଆଖପାଖରେ ଶୋକରେ ଛାୟା ଖେଳିଯାଇଛି ।ତାଙ୍କ ବାପା ଭିକାରୀ ଚରଣ ମହାପାତ୍ର ତିରିଂ ବ୍ଳକ ଅଧ୍ୟକ୍ଷ ଥିଲେ ।


