କୋଭିଡ ସଚେତନତା ଓ ସ୍ବତନ୍ତ୍ର ବୁଷ୍ଟର ଡୋଜ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜାଦିକା ଅମୃତ ମହୋତ୍ସବ ଅବସରରେ ପାରଳାଖେମୁଣ୍ଡି ସ୍ଥିତ କୁମ୍ଭାର ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ ଜାଗା ମିଶନର ପରିଚୟ ଗୃହ ଠାରେ ଜିଲ୍ଲାର ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏଚଏଲ୍ଏଫପିପିଟି ଏମ ରାଇଟ ସହଯୋଗରେ ଟ୍ରାନସଜେଣ୍ଡର ମାନଙ୍କ ନିମନ୍ତେ କୋଭିଡ ସଚେତନତା ଓ ବୁଷ୍ଟର ଡୋଜ ଟୀକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ର ଏମ.ଓ.ଡ଼ାଃ ପତିତପାବନ ବାରିକଙ୍କ ନିର୍ଦ୍ଦେଶ କ୍ରମେ ପିଏଚଇଓ: ମମତା ପାଢୀଙ୍କ ନେତୃତ୍ୱରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପ୍ରଥମେ କୋଭିଡ୍ ଟୀକାକରଣ ଉପରେ ଏକ ସଚେତନତା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଏଚଏଲଏଫପିପିଟି ଏମ ରାଇଟର ବ୍ଲକ୍ ଅଫିସର ଶ୍ରୀ ବିଜୟ ଶଙ୍କର ପାଢ଼ୀ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ପିଏଚଇଓ: ମମତା ପାଢ଼ୀ ଯୋଗଦେଇ କୋଭିଡ଼ ଟୀକାକରଣର ବିଭିନ୍ନଉପାଦେୟ ଦିଗ ସମ୍ପର୍କରେ କହିଥିଲେ ।ମୁଖ୍ୟତଃ ଟ୍ରାନସଜେଣ୍ଡର ମାନେ ଯେଉଁ ସମାଜରୁ ଅଲଗା ବୋଲି ଭାବୁଛନ୍ତି ତାହା ସେମାନଙ୍କୁ କିଭଳି ସମାଜ ସହିତ ମିଶି ରହିବେ ଏବଂ ସମସ୍ତେ ସମ୍ପୂର୍ଣ୍ଣ ଟୀକାକରଣ ପାଇପାରିବେ ତାହାହିଁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ ଓ ମୂଳ ଲକ୍ଷ୍ୟ ବୋଲି କହିଥିଲେ ପରେ ସେମାନଙ୍କୁ କୋଭିଡ୍ କୀଟ ପ୍ରଦାନ କରା ଯାଇଥିଲା ।ପରେ ଲୋଭିଡ ବୁଷ୍ଟର ଡୋଜ ନେବା ପାଇଁ ଆଧାର କାର୍ଡ ଧରି ଟ୍ରାନସଜେଣ୍ଡର ମାନେ ନାମ ପଞ୍ଜୀକୃତ କରି କୋଭିଡର ବୁଷ୍ଟର ଡୋଜ୍ ଟିକା ନେଇଥିଲେ ।ଏ ସମ୍ପର୍କରେ ଏଚଏଲ୍ଏଫପିପିଟି ଏମ ରାଇଟର ବ୍ଲକ୍ ଅଫିସର ଶ୍ରୀ ବିଜୟ ଶଙ୍କର ପାଢ଼ୀ ଏବଂ ସ୍ୱାସ୍ଥ୍ୟକେନ୍ଦ୍ରର ପିଏଚଇଓ: ମମତା ପାଢ଼ୀ କହିଛନ୍ତି ଯେ ଆଜାଦିକା ଅମୃତମହୋତ୍ସବ ଅବସରରେ କେନ୍ଦ୍ର ସରକାରଙ୍କ ମାଗଣା କୋଭିଡ ବୁଷ୍ଟର ଡୋଜ୍ ଟୀକାକରଣ କାର୍ଯ୍ୟକ୍ରମରେ ସମସ୍ତ ଟ୍ରାନସଜେଣ୍ଡର କିଭଳି ସାମିଲ ହୋଇ ଟିକା ନେବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ଏହାହିଁ ଏଭଳି କାର୍ଯ୍ୟକ୍ରମର ଉଦ୍ଦେଶ ବୋଲି କହିଥିଲେସେହିଭଳିଟ୍ରାନସଜେଣ୍ଡର ସଂଘ୍ ସମ୍ପାଦକ ଜସମିନ ଶେଖ୍ ସେମାନେ ସରକାରଙ୍କ ଏହିଭଳି କାର୍ଯ୍ୟକ୍ରମରେ ସାମିଲ ହୋଇ କୋଭିଡର ବୁଷ୍ଟର ଡୋଜ ଟିକା ନେଇଥିବା ଯୋଗୁଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।ଏହି ଅବସରରେ ଶେଷରେ ସମସ୍ତ ଟ୍ରନସଜେଣ୍ଡର ସମସ୍ତଙ୍କୁ କୋଭିଡ ଟିକା ନେଇ ନିଜେ ସୁସ୍ଥ ରହିବା ସହ ସମାଜକୁ ସୁସ୍ଥ ରଖିବା ଦିଗରେ ଜଣାଇବା ପାଇଁ ସଂକଳ୍ପ ନେଇଥିଲେ ।ଏହି ଟୀକାକରଣ କାର୍ଯ୍ୟକ୍ରମରେ ଆସିଥିବା ସମସ୍ତଙ୍କୁ ଏଏନଏମ: ସଙ୍ଗୀତା ପରିଡ଼ା କୋଭିଡ୍ ବୁଷ୍ଟର ଡୋଜ ଟିକା ଦେଇଥିବା ବେଳେ ସ୍ବାସ୍ଥ୍ୟକର୍ମୀ ଶ୍ରୀ ରଣଜିତ୍ ଜେନା ଏବଂ ଡିଇଓ: ଶ୍ରୀ ଏନ: ଗଣେଶସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ