ମୃତ ଯୁବକ ତାଙ୍କ ପୁଅ ବୋଲି ଦାବି କଲେ ପୂର୍ବତନ ଅଧ୍ୟାପକ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଳା ଅସ୍ତରଙ୍ଗ ଥାନା ପୋଲିସ ଦେବୀ ନଦୀ ବାମ ପାର୍ଶ୍ୱ ରିଶୋଲ -ଅସନ ନଦୀ ଘାଟ ଠାରୁ ଜଣେ ଅପରିଚିତ ଯୁବକ ଙ୍କ ଗଳିତ ଶବ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଚାରିଛକ ପଠାଇଥିଲା। ଯାଜପୁର ସିଂହପୁର ଗ୍ରାମ ର ଅବସରପ୍ରାପ୍ତ ଅଧ୍ୟାପକ ଭାଗିରଥି ପୃଷ୍ଟି ଅସ୍ତରଙ୍ଗ ଥାନା ରେ ପହଞ୍ଚି ଉକ୍ତ ଗଳିତ ଶବ ଦେହରେ ଥିବା ପ୍ୟାଣ୍ଟ ଓ ଟି ସାର୍ଟ ତାଙ୍କ ପୁଅ ଶୁଭାଶିଷ ଙ୍କ ର ବୋଲି ଚିହ୍ନଟ କରିବା ସହିତ ତାଙ୍କ ପୁଅ କୁ ତାର ଶଶୁର ଘର ଲୋକମାନେ ଯୋଜନାବଦ୍ଧ ଭାବେ ହତ୍ୟା କରି ଏଠାରେ ଆଣି ଫିଙ୍ଗିଦେଇଥିବା ପୋଲିସ ରେ ଅଭିଯୋଗ କରିଛନ୍ତି। ଭାଗିରଥି ଙ୍କ କହିବା ଅନୁଯାୟୀ ତାଙ୍କ ପୁଅ ଶୁଭାଶିଷ ଭୁବନେଶ୍ଵର ସ୍ଥିତ ଏକ କମ୍ପାନୀ ରେ ଚାକିରୀ କରନ୍ତି। ଗତ ୨୬ ତାରିଖ ରୁ ସେ କେଉଁଆଡେ ନିଖୋଜ ହୋଇଯାଇଥିଲେ। ତାଙ୍କ ବାପା ଏ ସମ୍ପର୍କ ରେ ଭୁବନେଶ୍ଵର ଥାନା ରେ ତାଙ୍କ ପୁଅ କୁ କେହି ଅପହରଣ କରିନେଇଥିବା ନେଇ ଅଭିଯୋଗ କରିଥିଲେ। ଏକ ଅଚିହ୍ନା ଶବ ଅସ୍ତରଙ୍ଗ ଥାନା ପୋଲିସ ଉଦ୍ଧାର କରିଥିବା ଗଣମାଧ୍ୟମ ରୁ ଜାଣିବାକୁ ପାଇ ସେ ଏଠାକୁ ଆସି ଦେଖିଥିଲେ ଯେ ଶବ ଟି ତାଙ୍କ ପୁଅ ଶୁଭାଶିଷ ଙ୍କ ର। ତେବେ ଶବ ଟି ର ମୁହଁ ବିକୃତ ହୋଇ ଯାଇଥିବାରୁ ପୋଲିସ ନିଶ୍ଚିତ ହୋଇପାରୁନି ଶବ ଟି ଶୁଭାଶିଷ ଙ୍କର କି ନୁହେଁ। ପୁରୀ ର ସାଇଣ୍ଟିଫିକ ଟିମ୍ ଆସି ଘଟଣା ସ୍ଥଳ ରେ ତଦନ୍ତ କରି ବିଭିନ୍ନ ପ୍ରକାର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି। ଉଦ୍ଧାର ଶବ ର ଡି ଏନ୍ ଏ ଟେଷ୍ଟ କରିବାକୁ ଭାଗିରଥୀ ଦାବି କରିବା ସହିତ ତାଙ୍କ ପୁଅ ନିକଟରେ ରହୁଥିବା ୨ଜଣ ଯୁବକ ଙ୍କୁ ପଚରା ଉଚୁରା କଲେ ସବୁ ଘଟଣା ଜଣାପଡିବ ବୋଲି ପୋଲିସ କୁ କହିଛନ୍ତି। ଯାଜପୁର ଅଞ୍ଚଳ ର ଯୁବକ ଶୁଭାଶିଷ ଙ୍କ ମୃତଦେହ ଅସ୍ତରଙ୍ଗ ନଦୀ କୂଳ ରୁ ମିଳିବା ଘଟଣା ସମସ୍ତ ଙ୍କୁ ଆଶ୍ଚଯ୍ୟ କରିଛି।ପୋଲିସ ଘଟଣା ର ନିରପେକ୍ଷ ତଦନ୍ତ କରି ଘଟଣା ର ସତ୍ୟାସତ୍ୟ ଲୋକଲୋଚନ କୁ ଆଣିବାକୁ ସାଧାରଣ ରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ