ଶ୍ରୀ ଗଣେଶଙ୍କ ଶୁଣ୍ଢ ଡାହାଣ କୁ ଓ ବାମ କୁ

ନିମାପଡ଼ା, (ସନ୍ତୋଷ ଦାଶ):ପବିତ୍ର ଗଣେଶ ଚତୁର୍ଥୀ ତିଥି ଠାରୁ ପୁର ଠାରୁ ପଲ୍ଲୀ ଆରମ୍ଭ ହୋଇଛି ଅଗ୍ରପୂଜ୍ୟ ଶ୍ରୀ ଗଣେଶ ଙ୍କ ପୂଜା। କେଉଁଠି ସୁଉଚ୍ଚ ମୂର୍ତ୍ତୀ ତ କେଉଁଠି ଶିବ, ପାର୍ବତୀ, କାର୍ତ୍ତିକେୟ ଙ୍କ ସହିତ ଶ୍ରୀ ଗଣେଶ ପୂଜା ପାଉଛନ୍ତି। ତେବେ ଆମ ରାଜ୍ୟ ର ବିଭିନ୍ନ ପୁରାତନ ମନ୍ଦିର ମାନଙ୍କ ରେ ଶ୍ରୀ ଗଣେଶ ପାଶ୍ଵ ଦେବତା ଭାବେ ପୂଜା ପାଇ ଆସୁଛନ୍ତି। କିଛି ସ୍ଥାନ ରେ ଦେଖାଯାଏ ଶ୍ରୀ ଗଣେଶ ଙ୍କ ଶୁଣ୍ଢ ଡାହାଣ ଦିଗକୁ ତ ଆଉ କେଉଁଠି ତାଙ୍କ ଶୁଣ୍ଢ ବାମ ଦିଗକୁ। ଏହା କିପରି ଓ କାହିଁକି ଅନେକ ଜାଣି ନଥିବେ। ପାର୍ବତୀ ନନ୍ଦନ ଶ୍ରୀ ଗଣେଶ ଙ୍କ ପୁଜା କଲେ ବିଦ୍ୟା, ବୁଦ୍ଧି, ଅର୍ଥ, ଯଶ, ସିଦ୍ଧି, ପ୍ରସିଦ୍ଧି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ଵାସ ରହିଛି। ପୂଜା ପାଉଥିବା ଶ୍ରୀ ଗଣେଶ ଙ୍କ ଶୁଣ୍ଢ ଡାହାଣ ପାଶ୍ଵ କୁ ହୋଇଥିଲେ ତାଙ୍କୁ ଦକ୍ଷିଣାଭିମୁଖୀ ଗଣେଶ କୁହାଯାଇଥାଏ। ଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗରେ ଯମ ଲୋକ ରହିଛି। ଯମଲୋକ ରେ ପାପ ଓ ପୁଣ୍ୟ ର ହିସାବ ହୋଇଥାଏ। ଶ୍ରୀ ଗଣେଶ ଙ୍କ ଶୁଣ୍ଢ ଡାହାଣ ପାଶ୍ଵ କୁ ହୋଇଥିଲେ ସେ ଯମ ଲୋକ ବିଜୟୀ ଦେବତା ଭାବେ ମାନ୍ୟ ପାଇଥାନ୍ତି। ଦକ୍ଷିଣ ପାଶ୍ଵ କୁ ଶୁଣ୍ଢ ଥିବା ଶ୍ରୀ ଗଣେଶ ଙ୍କୁ ପୂଜା କଲେ ଅକାଳ ରେ ମୃତ୍ୟୁ ହୁଏନାହିଁ ଓ ଦୀର୍ଘଜୀବି ଆଶ୍ରିବାଦ ମିଳିଥାଏ। କିନ୍ତୁ ଏହି ଗଣେଶ ଙ୍କୁ ସ୍ଵତନ୍ତ୍ର ଶୈଳୀ (ପଦ୍ଧତି) ରେ ପୂଜା କରାଯିବା ନିୟମ ରହିଛି। ଶ୍ରୀ ଗଣେଶ ଙ୍କ ଶୁଣ୍ଢ ବାମ ଦିଗକୁ ଥିଲେ ତାଙ୍କୁ ବାମମୁଖି ଗଣେଶ କୁହା ଯାଇଥାଏ। ଶାସ୍ତ୍ର ମତରେ ବାମ ପାର୍ଶ୍ୱ ହେଉଛି ଆଧ୍ୟାତ୍ମିକ ଦ୍ଵାର। ବାମ ଦିଗ ଆନନ୍ଦ ଓ ଶୀତଳତା ପ୍ରଦାନ କରିଥାଏ। ଏହି ଗଣେଶ ଙ୍କୁ ପୂଜା କଲେ ସୁଖ,ଶାନ୍ତି ପ୍ରାପ୍ତି ହେବା ସହିତ ମୋକ୍ଷ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ଵାସ ରହିଛି। ଏହି ଗଣେଶ ଙ୍କ ପୂଜା ନୀତି ସାଧାରଣ ହୋଇଥିବାରୁ ପ୍ରାୟତଃ ଅଧିକାଂଶ ସ୍ଥାନ ରେ ବାମମୁଖି ଗଣେଶ ଙ୍କୁ ପୂଜା କରା
ଯାଉଥିବା ଦେଖିବାକୁ ମିଳେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ