ସରସଦା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ସ୍ମୃତିସଭା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଅଂଚଳରେ ଗୌରବ ଅର୍ଜନ କରିଥିବା ଅନ୍ୟତମ ସରକାରୀ ଶିକ୍ଷାନୁଷ୍ଠାନ ସରସଦା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାତା ସ୍ବର୍ଗତ ଜଗନ୍ନାଥ ନାୟକଙ୍କ ସ୍ମୃତି ସଭା ପ୍ରଧାନ ଶିକ୍ଷକ ଗଦାଧର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଥାନା ଅଧିକାରୀ ଅମିତାଭ ଦାସ, ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଶ୍ରୀବତ୍ସ କରଶର୍ମା, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ନାରାୟଣ ରାଉତ, ସାହିତ୍ୟିକ ନଟବର ରାଉଳ, ସମିତିସଭ୍ୟା କମଳା ଜେନା, ଉଦକର ନାୟକ ପ୍ରମୁଖ ଯୋଗଦେଇ ପୂଜ୍ୟ ପୂଜା କାର୍ଯ୍ୟକ୍ରମ ମୂଲ୍ୟବୋଧ ଗୁଣାତ୍ମକ ଶିକ୍ଷାର ମହାମନ୍ତ୍ର ବୋଲି କହିଥିଲେ। ଶିକ୍ଷକ ସଂଜୟ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ସସ୍ମିତା ମହାନ୍ତି ସ୍ୱାଗତଭାଷଣ ଓ ଶିକ୍ଷକ ପ୍ରକାଶ ଦାସ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ୩୦ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିକ୍ଷୟତ୍ରୀ କ୍ଷାରାଦ୍ଦୀ ମହାପାତ୍ର, ସୁଜାତା ମଲ୍ଲିକ, ପ୍ରଭାତୀ ସେଠୀ, ଶଶୀଭୂଷଣ ଜେନା ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ। ଶିକ୍ଷୟତ୍ରୀ ମାନସୀ ରାଉତ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ