ସୋସୋ ସରକାରୀ ନୋଡାଲ ସ୍କୁଲରେ ଗୁରୁଦିବସ ଓ ପୁରସ୍କାର ବିତରଣ ଉତ୍ସବ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ସୋସୋ ସରକାରୀ ନୋଡାଲ ସ୍କୁଲରେ ପବିତ୍ର ଗୁରୁ ଦିବସ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଗୁରୁବନ୍ଦନା ଗାନ କରାଯିବା ସହିତ ଗୁରୁପୂଜା କରାଯାଇଥିଲା। ପରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ଗୁରୁଦିବସ ପାଳନର ମହତ୍ଵ ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଦ୍ୟାଳୟରେ ଗତବର୍ଷ ଏନ ଏମ ଏମ ଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ସାଇଜ୍ୟୋତି ରାଉଳ, ଅଲିଭା ପରିଡା, ଛାତ୍ର ଶିବାସୀଷ ବାରିକ, ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ଦୀପ୍ତିମୟୀ ସିଂ, ଛାତ୍ର ପୃଥ୍ୱୀରାଜ ନାୟକ ତଥା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ହରମୋହନ ପଣ୍ଡା ଟ୍ରଫି ଓ ପୁରସ୍କାର ବଣ୍ଟନ କରିଥିଲେ। ଏସିବି ଫାଉଣ୍ଡେସନ ତରଫରୁ ୮ଜଣ ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇ ଥିଲା। ଶିକ୍ଷକ ପବିତ୍ର କୁମାର ବାରିକ, ଶିକ୍ଷୟିତ୍ରୀ ଗୀତାଞ୍ଜଳି ରାଉତ, ଅଙ୍ଗୁରବାଳା ସେନାପତି, ସ୍ନେହଲତା ରାଉତ, ଦମୟନ୍ତି ପହି, ସୁସନ୍ଧ୍ୟା ପ୍ରିୟଦର୍ଶନୀ ମହାନ୍ତି, ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।


