କଳିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ବାବାଜି ଚଇନିଙ୍କ ପରଲୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ କଳିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ବାବାଜି ଚରଣ ଚଇନି ଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଗତ କିଛିଦିନ ହେଲା ଶ୍ବାସ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ମଧ୍ୟାନ୍ନରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ତାଙ୍କର ପରଲୋକ ଘଟିଥିଲା। ସେ ପୂର୍ବରୁ ଅଭିଭକ୍ତ ଓରାଳି ପଞ୍ଚାୟତର ସରପଞ୍ଚ ମଧ୍ୟ ଥିଲେ। ତାଙ୍କର ଲୋକସମ୍ପର୍କ ଯୋଗୁ ଦୁଇଦୁଇ ଥର ନିଜ ପତ୍ନୀଙ୍କୁ ମଧ୍ୟ ସରପଞ୍ଚ କରାଇ ପାରିଥିଲେ। ସେ ପୂର୍ବରୁ ଜନତା ଦଳ ଓ ପରେ ବିଜେଡି ର ଜଣେ ଦୃଢ ସଂଗଠକ ଭାବେ କାର୍ଯ୍ୟ କରିଥିଲେ। ଆଜି ଅପରାନ୍ନରେ ଡାକ୍ତରଖାନାରୁ ତାଙ୍କ ମରଶରୀରକୁ ଗାଁ କୁ ଅଣାଯିବା ପରେ ଜିଲ୍ଲାପରିଷଦ ବିମ୍ବାଧର ବିଶ୍ୱାଳ, ପୂର୍ବତନ ସରପଞ୍ଚ ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଧଳ, ବର୍ତ୍ତମାନର ସରପଞ୍ଚଙ୍କ ପ୍ରତିନିଧି ପୀତବାସ ଜେନା, ପୂର୍ବତନ ସରପଞ୍ଚ ଗୌରାଙ୍ଗ ପାତ୍ର, ପୂର୍ବତନ ସମିତି ସଭ୍ୟ ବିମଳ ପାତ୍ର, ନିରାକାର ମହାପାତ୍ର, ଗୌରାଙ୍ଗ ମଳିକ, ଶ୍ରୀନିବାସ ସାମଲ, ରମାକାନ୍ତ ପାତ୍ର, ସୂର୍ଯ୍ୟମଣି ଦାସ, ଅଲେଖ ବାରିକ , ଆନନ୍ଦ ପତି, ଉଦୟ ନାଥ ପଣ୍ଡା, ସୂର୍ଯ୍ୟମଣି ପଣ୍ଡା, ସୁଦର୍ଶନ ପଣ୍ଡା, ରତ୍ନାକର ପଣ୍ଡା, ଜୟୀରାମ ମିଶ୍ରଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ଗାଁ ଶ୍ମସାନରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା। ସଂସ୍କାର ସମୟରେ ପୁତୁରା ଆଦିକନ୍ଦ ଚଇନି, ରମେଶ ଚଇନି, ବିନୋଦ ଚଇନି, ପ୍ରଶାନ୍ତ ଚଇନି, ସାଇ ପ୍ରସାଦ ଚଇନି, ସୌମ୍ୟ ରଞ୍ଜନ ଚଇନି ପ୍ରମୁଖ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ପୁଅ ଭାଗିରଥି ଚଇନି ମୁଖାଗ୍ନି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ