ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଅନ୍ତର୍ଗତ ବାଲିମଝିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜ୍ଞାନ ଭୂଷଣ ପରିଡାଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଡେରିକି ସରପଂଚ ପ୍ରଶାନ୍ତ କୁମାର ଜେନା, କୋରୁଅ ସରପଂଚ ସଂଧ୍ୟାରାଣୀ ବେହେରା, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଶାନ୍ତ ସାହୁ, ଉପାଧ୍ୟକ୍ଷା ଲିପିକା ବାରିକ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟରେ ପଢୁଥିବା ୫୫ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପୋଷାକ ଓ ଜୋତା ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ବରାଳ, ପଦ୍ମାବତୀ ସିଂ, ଛାତ୍ର ଅଭିଭାବକ ବିବେକାନନ୍ଦ ବାରିକ, ପ୍ରଭାତ ସାହୁ, କମିଟି ସଦସ୍ୟ ମୁନା ଦାସ, ସୂଚକଲତା ଦାସଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ