ନାଉଗାଁ ବଜାରରୁ ୧୧ଶହ ଗ୍ରାମ ଗଂଜେଇ ଜବତ ଜଣେ ଗିରଫ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ଥାନା ଅନ୍ତର୍ଗତ ନାଉଗାଁ ବଜାରରୁ ମଙ୍ଗଳବାର ପୋଲିସ ପକ୍ଷରୁ ଚଢଉ କରାଯାଇ ୧୧ଶହ ଗ୍ରାମ ଗଂଜେଇ ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ଜ୍ୟୋତିରଂଜନ ସାହୁ । ସୂଚନା ମୁତାବକ ନାଉଗାଁ ବଜାରରେ ଗଜେଂଇ କାରବାର ହେଉଥିବା ନାଉଗାଁ ଥାନା ଉପନିରୀକ୍ଷକ ବିଭୁତି କୁମାର ବିଶ୍ୱାଳ ବିଶେଷସୂତ୍ରରୁ ସୂଚନା ପାଇଁ ସଦଳବଳେ ଚଢଉ କରିଥିଲେ । ଏହି ଚଢଉରେ ୧୧ଶହ ଗ୍ରାମ ଗଂଜେଇ ଜବତ କରାଯାଇଥିବା ବେଳେ ଗଂଜେଇ ବେପାରୀ ଜ୍ୟୋତିରଂଜନ ସାହୁଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି । ଥାନା ପକ୍ଷରୁ ୨୦୬/୨୨ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲୁଥିବା ଥାନା ଆଇଆଇସି ଅନିରୁଦ୍ଧ ନାୟକ କହିଛନ୍ତି ।