ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀଙ୍କର ଅନୁଦାନ ଦାବିରେ କଳାବ୍ୟାଚ ପରିଧାନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଓଡିଶା ରାଜ୍ୟ ବେସରକାରୀ ଅଣଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଅନୁଦାନ ଦାବିରେ ଦୀର୍ଘଦିନ ହେବ ଧାରଣା ଡାକରା ଦିଆଯାଇଛି । ଧାରଣାଜାରୀ ରହିଥିବା ବେଳେ ସରକାରଙ୍କ ସହ ବାରମ୍ବାର ଏସଂକ୍ରାନ୍ତରେ ଆଲୋଚନା କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଫଳରେ ଗତ ଗୁରୁଦିବସକୁ ସମସ୍ତ ଅଣ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ କଳା ଦିବସ ରୂପେ ପାଳନ କରିଥିଲେ । ଏହି ଧାରଣାକୁ ସମର୍ଥନ ଜଣାଇ ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ସମସ୍ତ ଅଣଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀମାନେ କଳା ବ୍ୟାଚ ପରିଧାନ କରିଛନ୍ତି । ଦାବି ପୁରଣ ନହେବା ପର୍ଯ୍ୟନ୍ତ କଳା ବ୍ୟାଚ ପିନ୍ଧି ଶିକ୍ଷାଦାନ ସମେତ ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ ସଂଘ ପକ୍ଷରୁ ନିଷ୍ପତି ନିଆଯାଇଛି । ସରକାର ଯଦି ଦାବି ପୁରଣ ନକରନ୍ତି ତେବେ ଆଗକୁ ଏହା ମହାସଂଗ୍ରାମରେ ପରିଣତ ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ମହାବିଦ୍ୟାଳୟର ଅଧ୍ୟାପକ ଦୀନବନ୍ଧୁ ନାୟକ, ସନ୍ତୋଷ ଜେନା, ରଂଜିତ ମହାନ୍ତି, ପପିନ୍ଦ୍ର ଲେଙ୍କା, ଲିଙ୍ଗରାଜ ପଣ୍ଡା, ତାପସ ମହାନ୍ତି, ଚିତରଂଜନ ମହାପାତ୍ର, ସୁଶାନ୍ତ ଦାସ, ସୁଭଦ୍ରା ରାଉଳ, ଝୁନଲତା ବିଶ୍ୱାଳ, ସନ୍ତୋଷ ମୁଦୁଲି, ରାକେଶ ସ୍ୱାଇଁ, ସରୋଜ ଲେଙ୍କା, ସଂଜୟ ସ୍ୱାଇଁ ଆଦି କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଥିବା ଜଣାଯାଇଛି ।