ବାଲୁକେଶ୍ୱର ହାଇସ୍କୁଲରେ ହିନ୍ଦୀ ଦିବସ ପାଳିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଳକ ସୋସୋ ସ୍ଥିତ ବାଲୁକେଶ୍ୱର ହାଇସ୍କୁଲ ସୋସୋ କାନପୁରରେ ବ୍ଲକ ସ୍ତରୀୟ ହିନ୍ଦି ଦିବସ ପାଳିତ ହୋଇଯାଇଛି । ପ୍ରଡଧାନ ଶିକ୍ଷକ ଅଶୋକ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନବୋଦହ ବିଦ୍ୟାଳୟ ହଦଗହର ଅଧ୍ୟକ୍ଷ ପୋନାୟାନ ମଣିକଣ୍ଡନ, ମୁଖ୍ୟ ବକ୍ତା ଭାବେ ଶାସଙ୍ଗ ହାଇସ୍କୁଲର ହିନ୍ଦି ଶିକ୍ଷକ ପଦ୍ମନାଭ ପଣ୍ଡା,ସମ୍ମାନୀତ ଅତିଥି ଭାବେ ପୁର୍ବତନ ଖେଳ ଶିକ୍ଷକ ନାରାୟଣ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗଦେଇ ହିନ୍ଦୀ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ମତବ୍ୟକ୍ତ କରିଥିଲେ । ପ୍ରଫୁଲ କୁମାର ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶିକ୍ଷୟତ୍ରୀ ମନ ମଞ୍ଜରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଦୁର୍ଯେ୍ୟାଧନ ଜେନା, ସତ୍ୟପୀର ମହାନ୍ତି, ପାଣ୍ଡବ ଚରଣ ସାହୁ, ପ୍ରୀୟନାଥ ନାୟକ, ଗୀତାଶ୍ରୀ ନାୟକ, ମୀତାରାଣୀ ବିଶ୍ୱାଳ, ଭାଗିରଥି ଖୁଣ୍ଟିଆ, ରାଧାକାନ୍ତ ନାୟକ, ନିରାକାର ସେଠୀ, ମଞ୍ଜୁଲତା ସାମଲ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ଶିକ୍ଷକ ହିମାଶୁଂ କୁମାର ପୃଷ୍ଟି, ଦୁର୍ଗେଶାନନ୍ଦିନୀ ରାଉତ, ମଧୁଶ୍ମିତା ଜେନା, କର୍ଣ୍ଣି ମୁଣ୍ଡା, ପୁଷ୍ପିତା ଖମାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହିନ୍ଦିରେ ବକ୍ତୃତା, ସଂଗୀତ, ବକ୍ତୃତା ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ଞାସ୍ମିନ ଖାତୁନ ଓ ମୋନାଲିସା ଦକ୍ଷିଣରାୟ ବ୍ଲକ ସ୍ତରୀୟ ପ୍ରଥମସ୍ଥାନ ହାସଲ କରି ଜିଲ୍ଲା ସ୍ତରକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ