ରଙ୍ଗିନ କାଫେ

ଅତ୍ୟାଧୁନିକ ଦୁନିଆରେ ପଇସାବାଲା ଲୋକମାନେ କାଫେରେ ଖାଦ୍ୟପେୟ ନେବାକୁ ପସନ୍ଦ କରୁଛନ୍ତି । ଯଦି ଆପଣଙ୍କ କାଫେରେ ଖାଇବାପିଇବାର ସଉକ୍ ଥାଏ, ତେବେ ନିଶ୍ଚିତ ରୂପେ ଥାଇଲାଣ୍ଡର ବ୍ୟାଙ୍କକ୍ ଯାଆନ୍ତୁ । ଆଉ ଆପଣ ୟୁନିକର୍ନ, ପୋନି ଏବଂ ରଙ୍ଗକୁ ଯଦି ଭଲ ପାଆନ୍ତି, ତେବେ ସେଠାକାର ସିଲୋମରେ ଥିବା ୟୁନିକର୍ନ କାଫେକୁ ନିଶ୍ଚିତ ଭାବେ ଯିବେ । କାରଣ ଏହି କାଫେ ବେଶ୍ ରଙ୍ଗିନ ହେବାସହ ୟୁନିକର୍ନ(ଏକ ଶିଙ୍ଗ ଥିବା ଘୋଡା) ଖେଳଣାରେ ଭରପୂର । ତେଣୁ ଏହା “ୟୁନିକର୍ନ କାଫେ’ଭାବେ ମଧ୍ୟ ପରିଚିତ । ଇନ୍ଦ୍ରଧନୁର ସାତ ରଙ୍ଗ ଏଠାରେ ରହିଛି । ଏଠାକାର ଖାଦ୍ୟ ବି ରଙ୍ଗିନ । ପ୍ଲାଷ୍ଟିକ ଚାଣ୍ଡେଲିୟର, ସିଲିଂରୁ ଝୁଲିଥିବା ୟୁନିକର୍ନ, ମଲ୍ଟି କଲର୍ ସୋଫା ସହ ଟେବୁଲରେ ସଜା ଯାଇଥିବା ଛୋଟ ଛୋଟ ଘୋଡ଼ାର ଖେଳଣା ବେଶ୍ ରଙ୍ଗିନ ଓ ଆକର୍ଷକ ଲାଗିଥାଏ । ଛୋଟ ପିଲାଙ୍କୁ ତ ଏହି କାଫେ ବହୁତ ଭଲ ଲାଗିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ