ସାମ୍ବାଦିକ ସୁରକ୍ଷା ଦାବି, ଦୁଇ କେନ୍ଦ୍ରମନ୍ତ୍ରୀ ଓ ବିଧାୟକଙ୍କୁ ସାକ୍ଷାତ
ଭୁବନେଶ୍ୱର, : ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବାକୁ ଦାବି କରି ସାମ୍ବାଦିକ ମିଳିତ ମଂଚ ପକ୍ଷରୁ ଆଜି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ସାସଂଦ ସଂଗୀତା ସିଂଦେଓ, ବିଜେପ ବରିଷ୍ଠ ନେତା କନକ ବର୍ଦ୍ଦନ ସିଂଦେଓ ଏବଂ ବିଜେପି ଓ ବିଜେଡ଼ିର ବହୁ ବିଧାୟକଙ୍କୁ ଭେଟିଛନ୍ତି । ଅନେକ ସମୟରେ କାର୍ଯ୍ୟରତ ସାମ୍ବାଦିକମାନେ କର୍ତବ୍ୟ କରୁଥିବା ବେଳେ ବହୁବାର ଆକ୍ରମଣର ଶିକାର ହେଉଥିବାରୁ ଏଥି ପାଇଁ ଆଇନ୍ ପ୍ରଣୟନ କରିବାକୁ ନିବେଦନ କରାଯାଇଥିଲା । ଏଥି ସହ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟି ମଧ୍ୟ ନିବେଦିନ କରାଯାଇଛି । ଏଥିରେ ଲିଙ୍ଗରାଜ ସାହୁ, ରାମଚଣ୍ଡି ରଣସିଂହ, ଆଲଫା ରାୟ, ଅରୁଣ କୁମାର ସାହୁ, କାହ୍ନୁ ଚରଣ ନାୟକ, ପିଙ୍କୁ ପାଣ୍ଡେ, ଦେବବ୍ରତ ମହାନ୍ତି, ଅଶୋକ କୁମାର ମହାନ୍ତି, ଲକ୍ଷ୍ମୀକାନ୍ତ କାନୁନଗୋ ଓ ବହୁ ସାମ୍ବାଦିକ ସାମିଲ ହୋଇଥିଲେ ।


