ବର୍ଜ୍ୟ ମୁକ୍ତ ସହରକୁ ସମର୍ଥନ ଦେବା ପାଇଁ ଯୁବକଙ୍କ ସହ ସାମିଲ୍ ହେବେ ଜଣାଶୁଣା ବ୍ୟକ୍ତିତ୍ବ
ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଆରା ୟୋଧାସ୍, ବନାରସି ୱାରିୟର୍ସ, ବାରବାଟି ବାକନ୍ସ, ଗ୍ରୀନ ଗାର୍ଡିଆନ୍ସ ଅଫ୍ ଗାନ୍ଧୀନଗର, ନଭି ମୁମ୍ବାଇ ଇସିଓ ନାଇଟ୍ସ, ଚଣ୍ଡିଗଡ଼ ଚ୍ୟାଲେଞ୍ଜର୍ସ, ଇନକ୍ରେଡିବଲ୍ ସ୍ବଚ୍ଛ ଇନ୍ଦୋରିଜ୍ କୌଣସି ଖେଳର ଟିମର ନାମ ନୁହେଁ। ଏହା ସେହି ସବୁ ଟିମଙ୍କର ନାମ ଅଟେ ଯାହାକୁ ଲକ୍ଷ ଲକ୍ଷ ଉତ୍ସାହୀ ଯୁବକଯୁବତୀ ଭାରତୀୟ ସ୍ବଚ୍ଛତା ଲିଗରେ ଭାଗ ନେବା ପାଇଁ ପ୍ରସ୍ତୁତ କରାଯାଇଛି। ଭାରତୀୟ ସ୍ବଚ୍ଛତା ଲିଗର ଏହି ଟିମ୍ ନିଜର ସହରକୁ ବର୍ଜ୍ୟମୁକ୍ତ କରିବା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରିବେ। କେନ୍ଦ୍ରୀୟ ଗୃହ ଓ ସହରୀ ବ୍ୟାପାର ମନ୍ତ୍ରାଳୟଙ୍କ ତତ୍ତ୍ବାବଧାନରେ ୧୭ଡିସେମ୍ବର ୨୦୧୨ରେ ଭାରତୀୟ ସ୍ବଚ୍ଛତା ଲିଗର ଆୟୋଜନ କରାଯାଉଛି। କେନ୍ଦ୍ର ମନ୍ତ୍ରୀ ହରଦିପ୍ ସିଂ ପୁରୀ ୧୭ସେପ୍ଟେମ୍ବର ୨୦୧୨ରେ ଭାରତୀୟ ସ୍ବଚ୍ଛତା ଲିଗ୍ ପ୍ରାରମ୍ଭ କରାଯିବା ବିଷୟରେ ଘୋଷଣା କରିଛନ୍ତି। ୧୮୦୦ରୁ ଅଧିକ ସହର ଭାରତୀୟ ସ୍ବଚ୍ଛତା ଲିଗ୍ ପାଇଁ ପଞ୍ଜୀକରଣ କରାଇଛନ୍ତି। ଏକ ନିୟୁତରୁ ଅଧିକ ଜନସଂଖ୍ୟା ଥିବା ୪୭ଟି ସହର ଏହି ଲିଗ୍ ପାଇଁ ପଞ୍ଜୀକରଣ କରାଇଛନ୍ତି। ଅର୍ବାନ୍ ଲୋକାଲ୍ ବଡ଼ି (ୟୁଏଲବି) ର ପ୍ରତିଶତ ଆଧାରରେ ସର୍ବାଧିକ ଭାଗିଦାରୀ ସହିତ ଶୀର୍ଷ ତିନି ରାଜ୍ୟ ଭାଗ ନେଉଛନ୍ତି। ଏଗୁଡ଼ିକ ହେଉଛନ୍ତି ଓଡ଼ିଶା ୧୦୦ପ୍ରତିଶତ, ଆସାମ ୯୯ପ୍ରତିଶତ ଓ ଛତିଶଗଡ଼ ୯୭ପ୍ରତିଶତ। ଯୁବକମାନଙ୍କର ନେତୃତ୍ବ ଥିବା ଏହି ଅଭିନବ ପ୍ରତିଯୋଗୀତାରେ କ୍ରିକେଟ ଖେଳାଳୀ ଭେଙ୍କଟେଶ ଆୟର, ଇନକ୍ରେଡିବଲ୍ ଇନ୍ଦୋରିଜ୍ ପାଇଁ ଭାଗ ନେବେ। ଜଣାଶୁଣା ଗାୟକ ଏବଂ ପଦ୍ମ ପୁରସ୍କାର ବିଜେତା ଶଙ୍କର ମହାଦେବନ ନଭି ମୁମ୍ବାଇ ଇସିଓ ନାଇଟ୍ସକୁ, ସାଂସଦ ଓ ଅଭିନେତ୍ରୀ କିରଣ ଖେର, ଗାୟକ ବି. ପ୍ରାକ୍, ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ଚଣ୍ଡିଗଡ଼ ଚାଲେଞ୍ଜର୍ସଙ୍କୁ ସମର୍ଥନ ଦେବେ ଯଦ୍ବାରା ସମୁଦ୍ର କୂଳ, ପାହଡ଼ ଓ ପର୍ଯ୍ୟଟନ ସ୍ଥଳକୁ ପରିଷ୍କାର କରାଯାଇପାରିବ। ସ୍ଥାନୀୟ ରାଜନୈତିକ ପ୍ରତିନିଧି ତଥା ଅତି ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତି, ମନ୍ତ୍ରୀ ସାଂସଦ, ବିଧାୟକ, ମେୟର, କାଉନସେଲର, ବ୍ରାଣ୍ଡ ଆମ୍ବାସଡର ମଧ୍ୟ ଅନେକ କାର୍ଯ୍ୟକୁ ସବୁଜ ପତାକା ଦେଖାଇବେ ଏବଂ ଲୋକମାନଙ୍କର ସହଭାଗୀତା ବଢ଼ାଇବାରେ ସହଯୋଗ ପ୍ରଦାନ କରିବେ। ଚଣ୍ଡିଗଡ଼ର କାଉନସିଲର ମହେସିନ୍ଦର ସିଂ ସିଦ୍ଧୁ, ତିରୁପତିର ମେୟର ବି.ଆର ସିରିଶା, ତିରୁପତିର କମିଶନର ଅନୁପମା ଅଞ୍ଜଳି, ତିରୁପତିର ବିଧାୟକ ଭୁମନ କରୁଣାକର ରେଡ୍ଡୀ, ଇନ୍ଦୋରର ମେୟର, ଆଇଏମସି ପୁଷ୍ପମିତ୍ର ଭାର୍ଗବ ଲିଗ୍ ରେ ସାମିଲ୍ ହୋଇଛନ୍ତି। ସହରର ଟିମ ଗୁଡ଼ିକ ସ୍ମାରକ, ପର୍ଯ୍ୟଟନ ଆକର୍ଷଣ ଥିବା ସ୍ଥାନ ତଥା ସମୂଦ୍ର କୂଳ ନିକଟବର୍ତ୍ତୀ ସ୍ଥାନର ପରିଷ୍କାର ପରିଚ୍ଛନ୍ନତା ପାଇଁ ପ୍ରତିଯୋଗୀତା କରିବେ। ଏହି ସ୍ଥାନରେ ବହୁତ ସଂଖ୍ୟାରେ ଲୋକ ଆସୁଛନ୍ତି। ଗୟାରେ ବିଷ୍ଣୁପଦ, ସୀତା କୁଣ୍ଡ, ଅକ୍ଷୟବଟୀ, ଆଗ୍ରାରେ ତାଜଗଞ୍ଜ, ଅଯୋଧ୍ୟାରେ ନୟାଘାଟ, ଫତେପୁର ସିକ୍ରିରେ ବୁଲନ୍ଦ ଦରୱାଜା, ଲକ୍ଷନୌରେ ଲାଲବାଗ, ବାରଣାସୀରେ ଅସି ଘାଟ, ଗୁଜରାଟରେ ସାବରମତୀ ରିଭରଫ୍ରଣ୍ଟରେ ଅଟଳ ବ୍ରିଜ, ଗାନ୍ଧୀ ଆଶ୍ରମ, ଗାନ୍ଧୀନଗରରେ ସରଦାର ପଟେଲ୍ ମୂର୍ତ୍ତି, ଗୋମତୀ ନଦୀ, ମୁମ୍ବାଇରେ କଫ୍ ପ୍ୟାରେଡ୍, ୱର୍ଲି ଫୋର୍ଟ, ଜୁହୁ ପଟ୍ଟି, ଇନ୍ଦୋରରେ ମେଘଦୂତ ଗାର୍ଡ଼େନ, ଲୋନାୱଲାରେ ଖଣ୍ଡାଲା ହ୍ରଦ ପରି ଅନେକ ସ୍ଥାନ ରହିଛି ଯେଉଁଠାରେ ଟିମ ଗୁଡ଼ିକ ପରିଷ୍କାର ପରିଚ୍ଛନ୍ନତାର କାମ କରିବେ।


