ତିନି ମାତୃପିତୃ ହୀନ ଶିଶୁଙ୍କର ଇଂଜିନିୟରିଂ ଶିକ୍ଷାର ଦାୟିତ୍ବ ନେଲା ଗଜପତି ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଦୁଇ ଜଣ ମାତୃପିତୃ ହୀନ ଶିଶୁ କନ୍ୟା ଓ ଅଣ ଅନୁଷ୍ଠାନର ଜଣେ ମାତୃପିତୃ ହୀନ ଶିଶୁ କନ୍ୟା ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖି କୃତ କାର୍ଯ୍ୟ ହୋଇ ଥିବା ହେତୁ ସେମାନଙ୍କର ଭବିଷ୍ୟତକୁ ଦୁଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଉଦ୍ୟମ କ୍ରମେ ଭୁବନେଶ୍ୱର ସ୍ଥିତ ସି.ଭି. ରମଣ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ସେମାନଙ୍କ ନାମ ଲେଖା ଯାଇଛି।ଯେଉଁଠି କି ମାଗଣାରେ ଶିଶୁ ମାନେ ଖାଇବା, ରହିବା ଓ ପାଠ ପଢିବା ସୁବିଧା ପାଇ ପାରିବେ। ସି ଭି ରମଣ ବୈଷୟିକ ବିଶ୍ୱ ବିଦ୍ୟାଳୟ ରେ ସାଧାରଣ ଶିଶୁ ମାନେ ପାଠ ପଢିବା ଏକ ସ୍ୱପ୍ନ ହୋଇ ପାରେ କିନ୍ତୁ ଜିଲ୍ଲା ପ୍ରଶାସନ ଗଜପତିଙ୍କ ସହାୟତାରେ ଉକ୍ତ ତିନି ଜଣ ଶିଶୁ ସି ଭି ରମଣ ବୈଷୟିକ ବିଶ୍ୱ ବିଦ୍ୟାଳୟ ରେ ପାଠ ପଢି ତାଙ୍କ ସ୍ୱପ୍ନ କୁ ସାକାର କରିବା ଦିଗରେ ସାହାଯ୍ୟ ପାଇ ଆଗକୁ ବଢ଼ି ପାରିବେ।ଯାହା ଦ୍ୱାରା ସେମାନେ ସ୍ୱାବଲମ୍ବୀ ହେବା ସହ ସମାଜରେ ସସମ୍ମାନେ ବଞ୍ଚି ପାରିବେ।ଏହି ବିଶ୍ୱ ବିଦ୍ୟାଳୟ ଉପରୋକ୍ତ ଶିଶୁ ଙ୍କ ପାଇଁ M.Tech ପର୍ଯ୍ୟନ୍ତ ମାଗଣାରେ ପଢିବା ପାଇଁ ସୁଯୋଗ ଦେବ ବୋଲି ପ୍ରତିଶ୍ରୁତି ଦେଇଛି।ଏହି କାର୍ଯ୍ୟକ୍ରମ କୁ କଟକର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂଯୋଗ ସହଯୋଗ କରିଛି |


