କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଶ୍ରେଣୀର ନବାଗତଙ୍କୁ ସ୍ୱାଗତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶ କ୍ରମେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଘଟିକା ସମୟରେ କେନ୍ଦ୍ରାପଡା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ +୨ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯାଇଛି । ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ/ଅଧ୍ୟାପିକା ସଞ୍ଜିବ କୁମାର ମହାନ୍ତି, ଡଃ. ଦେବେନ୍ଦ୍ର ନାଥ ଗୋଛାୟତ, ଡଃ. ଜ୍ଞାନୀନ୍ଦ୍ର ଦାଶ, ମେଜର ମନୋରଞ୍ଜନ ମହାନ୍ତି, ନମିତା ପାତ୍ର, ଅଶୋକ କୁମାର ଦାସ, ଡଃ. ରତ୍ନମଞ୍ଜରୀ ଦାଶ, ଡଃ. ରେବତୀ କର ପ୍ରମୁଖ ଅଧ୍ୟକ୍ଷଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଉଭୟ ଛାତ୍ରାଭିଭାବକ ଓ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଶୁଭେଛା ଜ୍ଞାପନ କରାଯାଇଥିଲା । ମହାବିଦ୍ୟାଳୟର ସମସ୍ତ ନୀତି ନିୟମ, ଶୃଙ୍ଖଳା, ପାଠପଢା, ଉପସ୍ଥାନ ପ୍ରଭୃତି ବିଷୟରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା । ଏହି ଅବସରରେ ପିଲାମାନଙ୍କୁ ଟାଇମଟେବୁଲ, ମହାବିଦ୍ୟାଳୟର ସାରସ୍ୱତ ମୁଖପତ୍ର ବଳୟ ଓ ଆଣ୍ଟି ର୍ୟାଗିଂ ଶପଥପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଅଧ୍ୟକ୍ଷ ପିଲାମାନଙ୍କୁ ମହାବିଦ୍ୟାଳୟର ନୀତି ନିୟମ ପାଳନ କରିବା ସହ ଏକ ଉତ୍ତମ ଛାତ୍ର ଓ ନାଗରିକ ଭାବେ ଗଢିତୋଳିବାକୁ ଉପଦେଶ ଦେଇଥିଲେ ।