ଗୋପାଳପୁର ବନ୍ଦର ପକ୍ଷରୁ ସାପ୍ତାହିକ ସଫେଇ ଅଭିଯାନ ଅନୁଷ୍ଠିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଗୋପାଳପୁର ବନ୍ଦର ଏହାର କର୍ପୋରେଟ ସାମାଜିକ ଦାୟିତ୍ବବୋଧ ଶାଖା ଅଧୀନରେ ସ୍ଥାନୀୟ ବଡ ଆର୍ୟପଲ୍ଲୀ ଗ୍ରାମରେ ଅବସ୍ତିତ ଶ୍ରୀ ଶ୍ରୀ ଶ୍ରୀ ସିଦ୍ଧି ପୋଲାମା ମନ୍ଦିର ପରିସର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ସାପ୍ତାହବ୍ୟାପୀ ସଫେଇ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସାପ୍ତାହିକ ସଫେଇ କାର୍ଯକ୍ରମରେ ବନ୍ଦରର କର୍ମକର୍ତା, ବହୁ ସ୍ଥାନୀୟ ଗ୍ରାମବାସୀ ଏବଂ ଯୁବକ ସ୍ଵେଛାକୃତ ଅଂଶଗ୍ରହଣ କରିବାସାହ ଏହି ସଫେଇ ଅଭିଯାନକୁ ସଫଳ କରିଥିଲେ। ମନ୍ଦିର ପରିସର ଏବଂ ଆଖପାଖ ଅଞ୍ଚଳରୁ ପ୍ରାୟ ୪ ଟି ଟ୍ରକ ପରିପୂର୍ଣ ବର୍ଜ୍ୟବସ୍ତୁ ତଥା ପ୍ଲାଷ୍ଟିକ/ ପଲିଥିନ ଇତ୍ୟାଦି ସଂଗ୍ରହ କରାଯାଇ ପୃଥକ ଭାବେ ସ୍ତାନାନ୍ତର କରାଯାଇଥିଲା। ସପ୍ତାହବ୍ୟାପୀ ଏହି ସଫେଇ କାର୍ଯକ୍ରମଟି ଗତକାଲି ସମାପ୍ତ ହୋଇଥିଲା। ଏହି ଅବସରରେ ଶ୍ରୀ ଅଜୟ କୁମାର ମିଶ୍ର, ଭିପି (ଏଚଆର/ ଆଇଆର୍‌), ଗୋପାଳପୁର ବନ୍ଦର କହିଥିଲେ ଯେ ସ୍ଥାନୀୟ ଜନସାଧାରଣଙ୍କ ସାମୁହିକ ଯୋଗଦାନ ଏହି ସଫେଇ କାର୍ଯକ୍ରମକୁ ବହୁଳ ଭାବେ ସଫଳ କରିଛି। ବିଶେଷଭାବେ ଯୁବକମାନଙ୍କ ସ୍ଵେଛାକୃତ ଅଂଶଗ୍ରହଣ ଆମକୁ ଅଧିକ ଅନୁପ୍ରାଣିତ କରିଛି। ଗୋପାଳପୁର ବନ୍ଦର ସ୍ୱଛ ଭାରତ ଅଭିଯାନକୁ ସର୍ବଦା ଗୁରୁତ୍ବ ଦେଇଆସିଛି। ପରିବେଶକୁ ସ୍ୱଛ, ସବୁଜ, ନିର୍ମଳ ତଥା ସୁରକ୍ଷା ପ୍ରଦାନ କରିବାପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସାହ ଅଧିକ ରୁ ଅଧିକ ବୃକ୍ଷ ରୋପଣ କରିବା ଆଦି ଏକାଧିକ ପ୍ରକଳ୍ପ କାର୍ଯ୍ୟକାରି କରାଯାଇଛି। ନିକଟରେ ଗୋପାଳପୁର ବନ୍ଦର ଭାରତୀୟ ତଟରକ୍ଷୀ ଷ୍ଟେସନ, ଗୋପାଳପୁର ସହ ମିଶି ସର୍ବବୃହତ ଉପକୂଳ ସ୍ୱଚ୍ଛତା ଅଭିଯାନ ଅନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସରେ ସାମିଲ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ