ବଡବଜାର ବ୍ୟବସାୟୀ ସଂଘ ପକ୍ଷରୁ ଦୁର୍ଗାପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବଡ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ବଡବଜାର ଠାରେ ଚଳିତ ବର୍ଷ ଦୁର୍ଗାପୂଜା ନିମନ୍ତେ ଶୁକ୍ରବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ସଂଘର ସଭାପତି ସଞ୍ଜୀତ କୁମାର ରାଉଳ, ସମ୍ପାଦକ କେ. ରମେଶଙ୍କ ସମେତ ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଏହି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୁରୋହିତ ଭାବେ ସପନ ଶତପଥି ଏବଂ କର୍ତ୍ତା ଭାବେ ସତ୍ୟ ନାରାୟଣ ପାତ୍ରଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଛି । ପପୁନି, ନାଗେଶ, ସଦା, କେ. ରମେଶ, ନାରାୟଣ, କେ.ସନ୍ତୋଷ, ମୁରଲି, ଅଶୋକ, କବିରାଜ, କଲ୍ୟାଣ, ପ୍ରଶାନ୍ତ, ନୀରଞ୍ଜନଙ୍କ ସମେତ ବହୁ ସଦସ୍ୟ ମାନେ କାର୍ଯ୍ୟକ୍ରମକୁ ସହ ଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ