୨୬ ଜଣ ଦିବ୍ୟାଙ୍ଗ ଙ୍କୁ ଟ୍ରାଇ ସାଇକେଲ ବଣ୍ଟନ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଞ୍ଚଳ ର ୨୬ ଜଣ ଦିବ୍ୟାଙ୍ଗ ଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଛି। ବ୍ଲକ ପରିସର ରେ ଆୟୋଜିତ ଟ୍ରାଇ ସାଇକେଲ ବଣ୍ଟନ ମେଳା ଉତ୍ସବ ରେ ଅତିଥି ଭାବେ ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ୭ନଂ ଜୋନ ଜିଲ୍ଳା ପରିଷଦ ସଭ୍ୟା ସଂଯୁକ୍ତା ଦିକ୍ଷୀତ ଯୋଗଦାନ କରି ଦିବ୍ୟାଙ୍ଗ ମାନଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରିଥିଲେ। କାକଟପୁର ବ୍ଲକ ବିଡିଓ ତୁଷାର ଜ୍ୟୋତି ରଞ୍ଜନ ଉତ୍ସବ ରେ ଅଧ୍ୟକ୍ଷତା କରିଥିବାବେଳେ ବ୍ଲକ ସହକାରୀ ଯନ୍ତ୍ରୀ ସୁବ୍ରତ କୁମାର ବାରିକ ଉତ୍ସବ କୁ ପରିଚାଳନା କରିଥିଲେ।


