କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ କାଠ ସାମଗ୍ରୀ ଉଭାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟରେ ସ୍ୱାସ୍ଥ୍ୟ ଅବସ୍ଥାରେ ଅନେକ ପରିବର୍ତନ ପାଇଁ ରାଜ୍ୟ ସରକାର ବହୁ ଉପାୟ ଅବଲମ୍ବନ କରୁଛନ୍ତି. କିପରି ରୋଗୀ ସୁରକ୍ଷିତରେ ଚିକିତ୍ସିତ ହୋଇପାରିବ. ଏନେଇ ଯେପରି କୌଣସି ଅସୁବିଧାରେ ସମ୍ମୁଖୀନ ନ ହୁଅନ୍ତୁ. କିନ୍ତୁ ଏଠାରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା.ସୂଚନାନୁସାରେ, ଗଜପତି ଜିଲ୍ଲା କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପୁରୁଣା କୋଠା ଭଙ୍ଗାଯାଇ ନୂତନ ମେଡିକାଲ ଲାଗି ନିର୍ମାଣ କାର୍ଯ୍ୟ କରାଯାଉଛି. ସୂଚନାନୁସାରେ, ଉକ୍ତ ପୁରୁଣା କୋଠାର ବହୁ ମୂଲ୍ୟବାନ କାଠ ରହିଥିଲା.ସେଗୁଡିକ ଅଦରକାରୀ ହୋଇ ପଡିରହିଥିଲା. ସ୍ୱାସ୍ଥ୍ୟକେନ୍ଦ୍ରରେ ଅନେକ ଶ୍ରେଣୀଗୃହରେ ନୂତନ ଦ୍ୱାର, ଝରକା, ଟିଣ ମଧ୍ୟ ଲଗା ଯାଇଥିଲା. କିନ୍ତୁ ବର୍ତ୍ତମାନ ସେ ସବୁକୁ ଠିକାଦାର ଭାଙ୍ଗି ନେଇ ଯାଇଛନ୍ତି. ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ସମସ୍ତ କାଠ ଅତ୍ୟନ୍ତ ମୂଲ୍ୟବାନ ଅଟେ. ଏହି ସାମଗ୍ରୀକୁ ନିଲାମ କରାଯିଵା କଥା. ଏହି କାର୍ଯ୍ୟର ଦାୟିତ୍ୱଭାର ପୂର୍ତ୍ତ ବିଭାଗ ନେଇଛନ୍ତି. ତାଙ୍କ ଜାଣତରେ ବିନା ଟେଣ୍ଡରରେ ଆସଵାବପତ୍ର, ଝରକା,କବାଟ, ଟିଣ ଏବଂ କାଠ ସବୁ ନେଇଯାଇଛନ୍ତି. ଏହା କିପରି ସମ୍ଭବ ହୋଇପାରିଲା. ଏଥିପାଇଁ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି. ବର୍ତ୍ତମାନ ନିର୍ମାଣ ହେଉଥିବା ଜାଗାରେ ଗୋଟିଏ ରୁମରେ ମେଡିକାଲ କାର୍ଯ୍ୟ ଚାଲିଛି. ସେହି ମେଡିକାଲକୁ ରୋଗୀ ଯିବାପାଇଁ ରାସ୍ତା ନାହିଁ. ରାସ୍ତା ଖୋଳି ପାଣି ପାଇପ ଲାଇନ କାଟି ଦେବା ଫଳରେ ରାସ୍ତାରେ ପାଣି ଜମି ରହିଛି. ଯାହାକି ରୋଗୀଙ୍କୁ ଯାତାୟାତରେ ବ୍ୟାହାତ ହେଉଛି. ଏନଏସି ଦ୍ୱାରା ପେବର ଇଟାରେ ତିଆରି ରାସ୍ତା ସମ୍ପୂର୍ଣ ନଷ୍ଟ ହୋଇଯାଇଛି. ବ୍ଲକ ଓ ମେଡିକାଲକୁ ଯାତାୟାତ ନିମନ୍ତେ ସୁବିଧା ନାହିଁ. ଅନେକ ସମୟରେ ଲୋକେ ରାସ୍ତାରେ ପଡି ଖଣ୍ଡିଆ ହେଉଥିବାର ସୂଚନା ମିଳୁଛି. ଏଭଳି ଅସୁବିଧା ଓ ସମସ୍ୟାର ସମାଧାନ ପାଇଁ ପୂର୍ତ୍ତ ବିଭାଗ କି କଣ୍ଟ୍ରାକ୍ଟରଙ୍କ ଦୁଷ୍ଟିରେ ପଡ଼ୁ ନାହିଁ. ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଉଭାନ ହୋଇଥିବା ସାମଗ୍ରୀ ଉପରେ ଯଥାଚିତ ଭାବରେ ତଦନ୍ତ କରାଯାଉ. ନିଲାମ କରିବା ସହ ଉକ୍ତ ପୁରୁଣା ସାମଗ୍ରୀ ରଖାଯିଵାକୁ ଦାବି ହେଉଛି.


