ଝାଡ଼ଖଣ୍ଡ ବିଚାରପତି ଙ୍କ ମଙ୍ଗଳା ଦର୍ଶନ

ନିମାପଡ଼ା, (ସନ୍ତୋଷ ଦାଶ):ଦୀର୍ଘ ୨ ବର୍ଷ ର କୋଭିଡ କଟକଣା ହଟିବା ପରେ ଚଳିତ ବର୍ଷ କାକଟପୁର ମା ମଙ୍ଗଳା ଙ୍କ ପାର୍ବଣ ପୂଜା ଅବସରରେ ମନ୍ଦିର ରେ ଭକ୍ତ ମାନଙ୍କ ଭିଡ଼ ଲାଗୁଛି। ଆଜି ସୁଦୂର ଝାଡ଼ଖଣ୍ଡ ହାଇକୋର୍ଟ ର ବିଚାରପତି ସଞ୍ଜୟ ପ୍ରସାଦ ସରକାରୀ ପ୍ରୋଟୋକଲ ଅନୁସାରେ ଆସି ମନ୍ଦିର ପାଖରେ ପହଂଚିବା ପରେ ତାଙ୍କୁ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ତଥା ତହସିଲଦାର ବିରଞ୍ଚି ନାରାୟଣ ବେହେରା,କାର୍ଯନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ,ମନ୍ଦିର ଉପଦେଷ୍ଟା କମିଟି ସଦସ୍ୟ ପ୍ରଦୀପ୍ତ କୁମାର ଦୀକ୍ଷିତ,ମାନସ କୁମାର ଦୀକ୍ଷିତ,ପ୍ରଦୀପ କୁମାର ପଣ୍ଡା ମନ୍ଦିର ବେଢା ଭିତରକୁ ତାଙ୍କୁ ପାଛୋଟି ନେଇଥିଲେ । ମା ଙ୍କ ସେବାୟତ ନଳିନୀ କାନ୍ତ ଦୀକ୍ଷିତ, ତାପସ ଦୀକ୍ଷିତ,ମହେନ୍ଦ୍ର ଦୀକ୍ଷିତ, ବଳରାମ ଦୀକ୍ଷିତ ପ୍ରମୁଖ ଶ୍ରୀ ପ୍ରସାଦ ଙ୍କୁ ଠାକୁରାଣୀ ଙ୍କୁ ଦର୍ଶନ କରାଇ, ବେଢା ପରିକ୍ରମା କରାଇ, ପାର୍ଶ୍ଵଦେବତା, ବିଶ୍ରାମ ଶୀଳା ପ୍ରଭୁତି କୁ ଦେଖାଇ ସବିଶେଷ ବୁଝାଇଥିଲେ। ଏହା ପରେ ସେ କୋଣାର୍କ ଦେଇ ପୁରୀ ଚାଲି ଯାଇଥିଲେ। କାକଟପୁର ଥାନା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ