ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା।ଆଉ ଏକ ଅଡିଓ ଭାଇରାଲ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ୧୧ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଙ୍କ ମୃତ୍ୟୁ ଘଟଣା ପରେ ନିମାପଡ଼ା ନିର୍ବାଚନ ମଣ୍ଡଳୀ ରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ସବୁଦିନ କିଛି ନା କିଛି ଚର୍ଚ୍ଚା ହେଉଛି।ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପୂର୍ବରୁ ତାଙ୍କ ସାଙ୍ଗ ତଥା ଜୈନିକ ସାମ୍ୱାଦିକ ଙ୍କ ସହିତ ଦୀର୍ଘ ସମୟ ଧରି ଫୋନ ରେ କଥା ହୋଇଥିଲେ। ଏହି କଥାବାର୍ତ୍ତା ର ଅଡିଓ କୁ ନେଇ ବିରୋଧୀ ବିଜେପି ଦଳ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କୁ ଟାଗେଟ କରି ଆନ୍ଦୋଳନ କରି ଚାଲିଛି। ଆଜି ପୁଣି ଏକ ଅଡିଓ ଏହି ଅଞ୍ଚଳ ରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସ୍ୱର୍ଗତ ସାହୁ ତାଙ୍କ ସାମ୍ୱାଦିକ ବନ୍ଧୁ ଙ୍କୁ କହୁଛନ୍ତି ଯେ, ମନ୍ତ୍ରୀ ଥଣ୍ଡା ପାନୀୟ ରେ ନିଶା ଦେଇ ତାଙ୍କ ପତ୍ନୀ ଙ୍କ ସହିତ କୁ କାର୍ଯ୍ଯ କରିଛନ୍ତି ଆଉ ବିନ୍ଦାସ ଚିନୁ ନାମକ ଯୁବତୀ ସେହି ଘଟଣା ର ଭିଡିଓ ରେକଡିଂ କରିଛି। ଯାହା ତାଙ୍କ ମୋବାଇଲ ରେ ରହିଛି। ଏହି ଅଡିଓ ଭାଇରାଲ ହେବାପରେ ପୁଣି ଥରେ ମନ୍ତ୍ରୀ ଙ୍କୁ ସରକାର ରୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରିବା ସହିତ ତାଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଦାବି କରିଛନ୍ତି। ଏତେ ସବୁ ଅଡିଓ ନିମାପଡ଼ା ର ସାମ୍ୱାଦିକ ତଥା ସ୍ୱର୍ଗତ ସାହୁ ଙ୍କ ବନ୍ଧୁ ଅକ୍ଷୟ ନାୟକ ଙ୍କ ପାଖରେ ରହିଥିବା ବେଳେ କାହିଁକି ପୋଲିସ ଚୁପ ବସିଛି
ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀ ପଟ୍ଟନାୟକ। ସମୀର ଦାଶ ଙ୍କୁ ମନ୍ତ୍ରୀ ପଦ ରୁ ବହିଷ୍କାର ନକରିବା ପର୍ଯ୍ୟନ୍ତ ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହି ଘଟଣା ସମଗ୍ର ନିମାପଡା ନିର୍ବାଚନ ମଣ୍ଡଳୀ ର ରାଜନୈତିକ ବାତାବରଣ କୁ ସରଗରମ କରି ଦେଇଛି।


