ଉପଖଣ୍ଡ ଚିକିତ୍ସାଳୟରେ ସଫେଇ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ରୋଗୀ କଲ୍ୟାଣ ସମିତି ପକ୍ଷରୁ ଚିକିତ୍ସାଳୟ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚିକିତ୍ସାଳୟର ଡାକ୍ତର ଅଲେଖ ପ୍ରଧାନ ଯୋଗ ଦେଇ ହାତରେ ଝାଡୁ ଧରି ଚିକିତ୍ସାଳୟ ପରିସରକୁ ସଫେଇ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ରିକାପଲ୍ଲୀ ବ୍ୟବସାୟୀ ସଂଘ ଓ ରାଧେଶ୍ୟାମ ଫାଉଣ୍ଡେସନ୍ ର କର୍ମକର୍ତ୍ତା ମାନେ ଶ୍ରମ ଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ହଷ୍ପିଟାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ରିକାପଲ୍ଲୀ ବ୍ୟବସାୟୀ ସଂଘ ର ଦିଲ୍ଲୀପ ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ବିନାୟକ ସେନାପତି, ହୃଷିକେଶ ସାହୁ, ରାଧେଶ୍ୟାମ ଫାଉଣ୍ଡେସନ୍ ଏଣ୍ଡ ଟ୍ରଷ୍ଟ ର ସଭାପତି ତଥା ୧୦ ନମ୍ବର ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ରଞ୍ଜିତ କୁମାର ପାଢୀ, ଟ୍ରଷ୍ଟ ର ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ,ସମ୍ପାଦକ ଝିଲିବାଳା ରାଉତ, ସହ -ସମ୍ପାଦକ ଗୀତ ସାହୁ ଙ୍କ ସମେତ ଚିକିତ୍ସାଳୟର ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ