ଚଣ୍ଡୀପାଠ ସହ ମନ୍ତ୍ର ଧ୍ଵନି ରେ ପ୍ରକମ୍ପିତ ପୂଜା ମଣ୍ଡପ, ମା ଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ
ଅସ୍ତରଙ୍ଗ, (କମଳ ଲୋଚନ ଦିକ୍ଷୀତ):ଧରାପୃଷ୍ଟ କୁ ଓଲ୍ହାଇ ଆସିଛନ୍ତି ମା ଦୁର୍ଗତି ନାଶିନୀ ମା ଦୂର୍ଗା। ଆଜି ମଣ୍ଡପରେ ମହାମାୟା ଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ଓ ଭକ୍ତ। ଘଣ୍ଟ, ଘଣ୍ଟା ଏବଂ ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ। ଗଗନ ପବନ ଓ ପୂଜା ମଣ୍ଡପ ପ୍ରକମ୍ପିତ ହେଉଛି ବ୍ରାହ୍ମଣ ଙ୍କ ମନ୍ତ୍ର ପାଠ ରେ। ଚାରିଆଡେ ପାର୍ବଣ ର ମହକ । ଉତ୍ସବ ମୁଖର ହୋଇପଡ଼ିଛି ଅସ୍ତରଙ୍ଗ ଅଞ୍ଚଳ ର ଦୁର୍ଗା କ୍ଲବ। ସୁ ଉଚ୍ଚ ତୋରଣ ରେ ନିର୍ମାଣ ହୋଇଛି ଭୁବନେଶ୍ୱର ର ଶ୍ରୀ ରାମ ମନ୍ଦିର ର ନକଲ। ମନମୋହୁଛି ପୂଜା ମଣ୍ଡପ ର ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ ମେଢ଼ । ଦେଖିବାକୁ ଏଠାରେ ବଢୁଛି ଭିଡ଼।ଚିକମିକ ରଙ୍ଗୀନ ଆଲୋକ ମାଳାରେ ଝଲସିଉଠୁଛି ପୂଜା ମଣ୍ଡପ ଆଉ ସମ୍ମୁଖ ତୋରଣ। ଦୁଇ ବର୍ଷ ପରେ ବିନା କଟକଣା ରେ ଦର୍ଶନ କରୁଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଚଉବନ ବର୍ଷରେ ପଦାର୍ପଣ କରିଛି ଅସ୍ତରଙ୍ଗ ଦୁର୍ଗା କ୍ଲବ ଦ୍ୱାରା ଆୟୋଜିତ ଦୁର୍ଗା ପୂଜା। ପୂଜା କମିଟି ତରଫରୁ ଶ୍ରଦ୍ଧାଳୁ ଙ୍କ ସୁରକ୍ଷିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଦିବ୍ୟାଙ୍ଗ ମାନଙ୍କ ପାଇଁ ପୂଜା କମିଟି ତରଫରୁ ଟ୍ରାଇ ସାଇକେଲ ବ୍ୟବସ୍ଥା କରାଯାଇଛି।ସନ୍ଧ୍ୟା ରେ ଦର୍ଶକ ଙ୍କ ମନୋରଞ୍ଜନ ପାଇଁ ସପ୍ତମୀ ରୁ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନିକଟସ୍ଥ ପଡିଆ ରେ ପଡ଼ିଛି ମିନାବଜାର । ଯାହାର ମଜା ନେଉଛନ୍ତି ମା ଦୁର୍ଗାଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ, କୁନି କୁନି ପିଲା। ଦୂର୍ଗା ପୂଜା ପାଇଁ ଉତ୍ସବ ମୁଖର ହୋଇପଡ଼ିଛି ସମଗ୍ର ଅସ୍ତରଙ୍ଗ ଅଞ୍ଚଳ।


