ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ ଓ କବିତା ଆସର
ହାଟଡ଼ିହି, (ବିକାଶ ବିଶ୍ୱାଳ):ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦ ମରୈଗାଁର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ପ୍ରତିମା ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ସାହିତି୍ୟକ ତଥା ସ୍ତମ୍ବକାର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଯୋଗାଚାର୍ଯ୍ୟ ବାଇଧର ମୁନି, ଶିଶୁ ସାହିତି୍ୟକ ରତ୍ନାକର ଦାସ, ସୁଦାମ ଚରଣ ଜେନା, ନିର୍ମଳ ଚନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ଦ୍ୱିତୀୟ ବାର୍ଷିକ ଉତ୍ସବ ଓ ମୁଖପତ୍ର ଉନ୍ମୋଚନ ପାଇଁ ଆଲୋଚନା କରିଥିଲେ । ଆସନ୍ତା ଡିସେମ୍ବର ମାସ ୨୫ତାରିଖରେ ଉତ୍ସବ କରିବା ପାଇଁ ନିଷ୍ପତି ହୋଇଥିବାବେଳେ ଏହାକୁ କିପରି ଅଧିକ ସରଶ ସୁନ୍ଦର ହୋଇପାରିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ସଂସଦର ବାର୍ଷିକ ମୁଖପତ୍ର ‘ମରୁତ ମହକ’ ପାଇଁ ଲେଖାଗୁଡିକ ଅକ୍ଟୋବର ୩୦ତାରିଖ ସୁଧା ପଠାଇବାକୁ ନିଷ୍ପତି ହୋଇଥିଲା । ଲେଖା ଗୁଡିକ ସୁଦାମ ଚରଣ ଜେନା, ସମ୍ପାଦକ, ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦ, ମରୈଗାଁ, ହାଟଡିହି, କେନ୍ଦୁଝର ଠିକଣାରେ ପଠାଇବାକୁ ଅନୁରୋଧ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ଚନ୍ଦ୍ର ଲେଙ୍କା, ଗୌରାଙ୍ଗ ଆୟଚ, ମୁରଲୀଧର ବେହେରା, ଅନନ୍ତ ଚରଣ ମୁଦୁଲି, ହେମନ୍ତ କୁମାର ନାୟକ, ବଳରାମ ଜେନା, କୃଷ୍ଣଚନ୍ଦ୍ର ପଣ୍ଡା, ଗଣେଶ୍ୱର ମହାନ୍ତି, ତୈଲୋକ୍ୟନାଥ ଜେନା, ମାଗୁଣି ଚରଣ ପଣ୍ଡା, ସନ୍ତୋଷ କୁମାର ସା, ଶରତ କୁମାର ସେଠୀ, ହାସ୍ୟମୟୀ ରାଜ, ଦିପ୍ତୀମୟୀ ସୁତାର, ରମାକାନ୍ତ ପହି, ସୁରେନ୍ଦ୍ର ପରିଡା, ବାମନ ଚରଣ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଯୋଗଦେଇଥିବା କବିମାନେ ସେମାନଙ୍କ ସ୍ୱରଚିତ କବିତା ମାନ ଆବୃତ୍ତି କରିଥିଲେ ।