ଗଛ ପଡ଼ି ରାସ୍ତା ଅବରୋଧ, ଯାତାୟତ ବାଧାପ୍ରାପ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକରେ ବିଭିନ୍ନ ସମୟରେ ବର୍ତ୍ତମାନ ପବନ ଘଡ଼ ଘଡି ସହ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହି। ତେଣୁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆଜି ରାତ୍ର ସମୟରେ ବର୍ଷା ହେବା ଫଳରେ ନୂଆଗଡ଼ ଠାରୁ ଖଜୁରୀପଦା ମୁଖ୍ୟ ରାସ୍ତାରେ ଥିବା ପାତ୍ରପୁର ଗ୍ରାମ ନିକଟ ବର୍ତ୍ତି ଭରଡାଝୋଲା ଠାରେ ବିରାଟ କାୟ ବରଗଛ ଉପୁଡ଼ି ପଡ଼ି ଯାଇଥିଲା। ଗଛ ପଡ଼ି ରାସ୍ତା ଅବରୋଧ ହେବାସହ ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା। ଘଣ୍ଟା ଘଣ୍ଟା କାଳ ଉଭୟ ପାଶ୍ୱର୍ରେ ଯାନବାହାନ ଅଟକି ରହିଥିଲା। ବ୍ରହ୍ମପୁର, ପାରଳାଖେମୁଣ୍ଡି ସମେତ ଦୂରଦୂରାନ୍ତ ଯିବା ବସ ଏବଂ ବିଭିନ୍ନ ଯାନରେ ଯାଉଥିବା ଲୋକେ ନାହିନ୍ଥିବା ହଇରାଣ ହୋଇଥିବା ଜଣାପଡ଼ିଛି। ଆଜି ପାହାନ୍ତିଆ ସମୟରେ ଏହାକୁ ଦେଖି ସ୍ତାନୀୟ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ତୁରନ୍ତ ଅଗ୍ନିଶମ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ୩ଘଣ୍ଟାର ପରିଶ୍ରମ କରି ଗଛକୁ କାଟି ସଫା କରିଥିଲେ। ତତ୍ପରେ ଯାତାୟତରେ ସ୍ୱାଭାବିକ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ