କାଳୀ ପୂଜା ପାଇଁ ମାଟି ଅନୁକୂଳ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଚାରିଛକ ନିକଟସ୍ଥ ରତନପୁର ର ପୋଡପୋଡ଼ା ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀ ଙ୍କ ମୃଣୟୀ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଉଠା ଅନୁକୂଳ ପର୍ବ ଶେଷ ହୋଇଛି ବୋଲି ସୂଚନା ଦେଇଛନ୍ତି ମାଙ୍କ ମୁଖ୍ୟ ପୂଜକ ଉମାକାନ୍ତ ମୁଖାର୍ଜୀ। ପୂଜକ ରବି ନାରାୟଣ ବାନାର୍ଜୀ ଓ ଉମାକାନ୍ତ ମୁଖାର୍ଜୀ ପ୍ରମୁଖ ରୀତିନୀତି ଅନୁଯାୟୀ ପୂଜା ପାଠ କରି ପ୍ରାଚୀ ନଦୀ କୂଳରୁ ମାଟି ଅନୁକୂଳ କରିଥିଲେ। ଗ୍ରାମ ର ଦକ୍ଷିଣକାଳୀ ପୂଜା କମିଟି ପକ୍ଷରୁ ମା ଙ୍କ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି। ୨୪ ତାରିଖ ରେ ମା ଙ୍କ ପୁଜା ଆରମ୍ଭ କରାଯାଇ ୨୬ ତାରିଖ ସକାଳେ ମା ଙ୍କ ମୃଣୟୀ ମୂର୍ତ୍ତୀ କୁ ବିସର୍ଜନ କରାଯିବ ବୋଲି ପୂଜକ ଶ୍ରୀ ମୁଖାର୍ଜୀ ପ୍ରକାଶ କରିଛନ୍ତି।


